ଲଣ୍ଡାବିରୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଉପକୃତ ହେବେ ୬୦୦୦ଚାଷୀ
ତାରିଖ ୧୩/୨/୨୬
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ସ୍ଥାନ,ପରଜଙ୍ଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ଅଞ୍ଚଳରେ ଦୁଇଟି ପାହାଡ଼ ପେଜଖାଇ ଓ କେଞ୍ଚୁଡିକୁ ସଂଯୋଗ କରି ଲଣ୍ଡାବିରୀ ଜଳ ସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ପ୍ରାଥମିକ ସରଜମିନ ତଦନ୍ତ ହୋଇଅଛି । ଏହି ଜଳାଶୟ ହେଲେ ସାନ୍ଦା, ଚାନ୍ଦପୁର, କଙ୍କିଳି, କଣ୍ଟାପାଳ ୪ଟି ପଞ୍ଚାୟତ ୧୬ଟି ଗ୍ରାମର ପ୍ରାୟ ଚାରି ହଜାର ହେକ୍ଟର ଚାଷଜମି ଜଳସେଚିତ ହେବା ସହିତ ପାଖାପାଖି ୬ହଜାର ଚାଷୀ ଉପକୃତ ହେବ ବୋଲି ଅନୁମାନ କରାଯାଉଛି। ତତ୍ ସହିତ ଏହା ଏକ ପ୍ରର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇ ପାରିବ ବୋଲି ବୁଦ୍ଧି ଯିବି ମାନେ ମତବ୍ୟକ୍ତ କରିଛନ୍ତି। ଆଖ ପାଖ ଅଞ୍ଚଳର ଅଧିବାସୀ ବହୁ ଦିନ ଧରି ଏହି ଜଳଭଣ୍ଡାର ଗଢିତୋଳିବାକୁ ସରକାରଙ୍କୁ ଦାବି କରି ଆସୁଥିଲେ । ବିଜେପି ସରକାରକୁ ଆସିଲା ପରେ ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ସରକାର ଅନୁମୋଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାସଂଦ ରୁଦ୍ରନାରାୟଣ ପାଣି, ବିଧାୟକ ବିଭୂତି ଭୂଷଣ ପ୍ରଧାନ ଙ୍କୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ଚାଷୀ ସାମୁଦାୟ ଧନ୍ୟବାଦ୍ ଦେଇଛନ୍ତି। ଘଞ୍ଚ ଜଙ୍ଗଲ ପାହାଡ଼ ପାଦଦେଶରେ ଅବସ୍ଥିତ ଜନ ଜୀବନକୁ ବଞ୍ଚିବା ରୋଜଗାର କ୍ଷମ କରାଇବା ପାଇଁ ରାହା ଦେଖାଇ ଥିବାରୁ ସରକାରଙ୍କୁ ବିଭିନ୍ନ ମ଼ହଲରେ ଖୁସିବ୍ୟକ୍ତି କରିଛନ୍ତି
