ଚାରି ଶ୍ରମକୋଡ଼ ବାତିଲ ଦାବିନେଇ ସୋରରେ ଶାନ୍ତିପୂର୍ଣ ଧର୍ମଘଟ ସଫଳ। —————————————————-ସୋର( ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) ତା ୧୨/୨ ଆଜି ଭାରତ ବର୍ଷର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନ ମାନଙ୍କ ୧୨ଦଫା ଦାବିନେଇ ଆହୁତ ସାଧାରଣ ଧର୍ମଘଟ ସୋରରେ ଶାନ୍ତି ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଶ୍ରମିକ, କର୍ମଚାରୀ ଏବଂ ମେହନତି ମଣିଷ ପାଇଁ ୧୯୪୮ ମସିହାରେ ପ୍ରସ୍ତୁତ ୪୪ ଗୋଟି ଶ୍ରମ ଆଇନକୁ ସଂକୋଚିତ କରି ୪ ଗୋଟି ଶ୍ରମକୋଡ଼ ପ୍ରସ୍ତୁତ ଯୋଗୁଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ରତ ଏବଂ ଅବସର ନେଉଥିବା ଶ୍ରମିକ ମାନଙ୍କ ମଜୁରୀ ନିର୍ଧାରଣ, ସାମାଜିକ ସୁରକ୍ଷା, ଶ୍ରମିକ ସଂଗଠନର ଅଧିକାର ସହ ମୁଲଚାଲ କରିବାର ଅଧିକାର ହରାଇବେ। ଅନ୍ୟ ଦାବିଗୁଡିକ ମଧ୍ୟରେ ଜାତୀୟକରଣ ସଂସ୍ଥା ଗୁଡ଼ିକରେ ଘରୋଇକରଣ ବନ୍ଦ କରିବା,ସ୍କିମ ୱାର୍କର ମାନଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ୨୬ ଟଙ୍କା ପ୍ରଦାନ। ସମାଜିକ ନିରାପତ୍ତା, ଚାଷୀ ଏବଂ ଚାଷର ଉନ୍ନତି ପାଇଁ ସ୍ୱାମୀନାଥନ କମିଶନ୍ନରଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା, ୨୦୨୫ ଶିକ୍ଷା ଆଇନ ପ୍ରତ୍ୟାହାର କରିବା, ସ୍ମାର୍ଟମିଟର ବନ୍ଦ ସହ ୩ ଶହ ୟୁନିଟ ବିଜୁଳି ମାଗଣା, ସର୍ବନିମ୍ନ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ସହ ସର୍ବନିମ୍ନ ଇପିଫ ପେନସନ ୯ ହଜାର ଟଙ୍କା ପ୍ରଦାନ ପ୍ରଭୃତି ଦାବିରେ ଆଜି ଅଖିଳ ଭାରତୀୟ ଶ୍ରମିକ ସଂଗଠନ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ମାନେ ସକାଳ ୭ ଟାରୁ ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ଠାରେ ଆନ୍ଦୋଳନ ଯୋଗୁଁ ଜରୁରୀ କାଳୀନ ଗାଡ଼ି ଗୁଡିକୁ ବାଦ ଦେଇ ଅନ୍ୟ ସମସ୍ତ ଶତାଧିକ ଯାନବାହାନ ଅଟକି ରହିଥିଲେ। ସେହିପରି ଆନ୍ଦୋଳନ ରତ କର୍ମୀମାନେ ପିକେଟିଙ୍ଗ କରିବା ଦ୍ୱାରା ସମସ୍ତ ବ୍ୟାଙ୍କ, ବୀମା,ପୋଷ୍ଟ ଅଫିସ,କୋର୍ଟ, ବ୍ଳକ, ତହସିଲ ଅଫିସ ଗୁଡ଼ିକ ଅଚଳ ହୋଇଥିଲା। ଶତାଧିକ ଅଙ୍ଗନବାଡି କର୍ମୀ ସାହାୟିକା ମାନେ ଗୋଶାଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ସୋର ମ୍ୟୁନିଷ ପାଲଟି, କୋର୍ଟ ଦେଇ ବ୍ଳକ ଅଫିସକୁ ଅଚଳ କରିଥିଲେ । ଏହି ଧର୍ମ ଘଟର ନେତୃତ୍ୱ ଏ ଆଇ ଟି ୟୁ ସି ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ମାୟାଧର ନାୟକ,ଶିକ୍ଷକ ନେତା, ସୁରେନ୍ଦ୍ର ବେହେରା,ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜୋନ ସମ୍ପାଦକ ଶଶିକାନ୍ତ ପଣ୍ଡା, ସହ ସମ୍ପାଦକ ସୁରେନ୍ଦ୍ର ମହାର୍ଣ୍ଣା,ମିର୍ଜା ମୋହିତ ବେଗ, ଶରତ ଚନ୍ଦ୍ର ବାରିକ,ବିପିନ ବିହାରୀ ବାରିକ, ସୀତାରାମ ସାହୁ, ରମେଶ ଚନ୍ଦ୍ର ପୁହାଣ, ଗଙ୍ଗାଧର ସାହୁ, ପ୍ରଶାନ୍ତ ଦାସ, ଆରତୀ ଦାଶ ମହାପାତ୍ର, ଅର୍ଣ୍ଣପୂର୍ଣ୍ଣା ପ୍ରଧାନ,ଲଳିତା ବେହେରା, ସନ୍ଧ୍ୟାରାଣୀ ବେହେରା,ଜୟନ୍ତୀ ପତି, ମିନତୀ ମହାନ୍ତି, ବିଦ୍ୟୁତ ଲତା ମଳିକ, ସୁବାସିନୀ ପତି ପ୍ରଭୃତି ନେତୃତ୍ୱ ନେଇଥିବା ବେଳେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ଉଠାଜଳସେଚନ ନିଗମ, ଅଙ୍ଗନାୱାଡି, ପାଚିକା, ଆଶା କର୍ମୀ ବ୍ୟାଙ୍କ, ପୋଷ୍ଟାଲ କର୍ମଚାରୀ ମାନେ ସହଯୋଗ କରିଥିଲେ।
