ମଧ୍ୟବିତ୍ତ ପରିବାର ଚାରିଟେବୁଲ ଟ୍ରଷ୍ଟର ଦ୍ଵିତୀୟ ବର୍ଷିକ ଉତ୍ସବ, ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ସମ୍ମାନିତ
ତାଳଚେର:ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମଧ୍ୟବିତ୍ତ ପରିବାର ଚାରିଟେବୁଲ ଟ୍ରଷ୍ଟର ଦ୍ୱିତୀୟ ବର୍ଷିକ ଉତ୍ସବ ଜଗତସିଂହପୁର ସ୍ଥିତ ମଦୁରାଇ ସାଇ ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ଡପରେ ଆୟୋଜିତ ହେଇଥିଲା। ଅନୁଗୋଳ ଜିଲ୍ଲାର ସାମାଜିକ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ଆଜିକୁ ଛଅ ବର୍ଷରୁ ଉର୍ଦ୍ଧ ହେବ ସମାଜର କଲ୍ୟାଣ ନିମନ୍ତେ ସମାଜ ସେବାରେ ନିଜକୁ ସମର୍ପିତ କରି ମାନବ ମାନଙ୍କରସେବା କରି ଅସୁଛନ୍ତି। ନିଜର ମୂଲ୍ୟବାନ ସମୟକୁ ଉପଯୋଗ କରି ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନକୁ ସେବା ସଂମ୍ମାନରେ ସଂମ୍ମାନିତ କରିଛନ୍ତି ମାନପତ୍ର ପ୍ରଦାନ କରି, ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମଧ୍ୟବିତ୍ତ ପରିବାର ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଗୁରୁଦେବ ପାଣିଗ୍ରାହୀଙ୍କୁ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
