ଢେଙ୍କାନାଳ ଜିଲ୍ଲାରେମିଳିତ କେନ୍ଦୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ୧୨ ଘଣ୍ଟିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ
ତାରିଖ,12/2/26
ସ୍ଥାନ ଢେଙ୍କାନାଳ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଆଜି ଢେଙ୍କାନାଳ ଜିଲ୍ଲାର ସିଆଇଟିୟୁ ପକ୍ଷରୁ ଢେଙ୍କାନାଳ ପରଜଙ୍ଗ , କାମାକ୍ଷାନଗର କଙ୍କଡ଼ାହାଡ଼, ଭୂବନ ଆଦି ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏହି ଧର୍ମଘଟରେ ଶ୍ରମିକ, କୃଷକ, ଛାତ୍ର ଓ ସାଧାରଣ ଲୋକଙ୍କ ବ୍ୟାପକ ସମର୍ଥନ ଦେଖାଯାଇଥିଲା
ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ୍, ଭି.ବି.ଜି. ରାମ.ଜି. ଆଇନ ୨୦୨୫ ପ୍ରତ୍ୟାହାର, ମନରେଗାକୁ ବଞ୍ଚାଇବା, କୃଷକ ବିରୋଧୀ ବିହନ ବିଲ୍ ୨୦୨୫ ରଦ୍ଦ, ଜନବିରୋଧୀ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର, ନୂତନ ପେନସନ୍ ସ୍କିମ୍ ବନ୍ଦ କରି ପୁରୁଣା ପେନସନ୍ ସ୍କିମ୍ ଲାଗୁ କରିବା ସହିତ ପ୍ରଦୂଷଣ ସାର୍ଟିଫିକେଟରେ ନାମରେ ସାଧାରଣ ଲୋକଙ୍କୁ ହେଉଥିବା ଅର୍ଥ ଆତ୍ମସାତ୍ ବନ୍ଦ କରିବା ଆଦି ମୁଖ୍ୟ ଦାବି ଉଠାଯାଇଥିଲା
ଧର୍ମଘଟର ପ୍ରଭାବରେ ଜରୁରୀକାଳୀନ ସେବା ବ୍ୟତୀତ ବହୁତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କିଂ ସେବା, ସ୍କୁଲ-କଲେଜ, ଦୋକାନ-ବଜାର, ପେଟ୍ରୋଲ ପମ୍ପ, ଖଣି ଓ ଖାଦାନ କାର୍ଯ୍ୟକଳାପ ପ୍ରାୟ ଠପ୍ ହୋଇଯାଇଥିଲା। ଅନେକ ସ୍ଥାନରେ ରାସ୍ତା ଅବରୋଧ ଓ ଯାତାୟାତ ବାଧାଗ୍ରସ୍ତ ହେବାରୁ ଜନସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା।
ଶ୍ରମିକ ନେତାମାନେ ସଚେତନ କରି କହିଥିଲେ ଯେ, ଯଦି ଶ୍ରମିକ ଓ ସାଧାରଣ ଲୋକଙ୍କ ଦାବି ଶୀଘ୍ର ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଏହି ଧର୍ମଘଟ ସାମ୍ୟବାଦୀ ଏକତା ଓ ଶ୍ରମିକ ଅଧିକାର ପାଇଁ ଜନସମର୍ଥନର ଏକ ମଜବୁତ ପ୍ରତୀକ ବୋଲି ମତ ପ୍ରକାଶ ପାଇଛି।
