ହନୁ ମାଙ୍କଡ଼ ଆତଙ୍କରେ ଆତଙ୍କିତ ଅଞ୍ଚଳ ବାସୀ
ସ୍ଥାନ ପରଜଙ୍ଗ
ତାରିଖ ୦୯/୦୨/୨୬ ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ ମେଣ୍ଢାପଦା ଖଡିବାହାଳ ମାଧପୁର ଗ୍ରାମ ବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ ଅଛନ୍ତି। ଗୋଟିଏ ହନୁ ମାଙ୍କଡ଼ ପାଗଳ ହୋଇ ଆଖପାଖ ଗ୍ରାମର ପ୍ରାୟ ୧୫ ଜଣରୁ ଉର୍ଦ୍ଧ ମହିଳା ଛୋଟ ପିଲା ବୟସ୍କ ବ୍ୟକ୍ତି ମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରି କାମୁଡ଼ି ଦେଇଛି।
ସୁଚନା ମୁତାବକ ପାଟରପଦା ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ପାଟରପଦା ନୂଆସାହି କଟାବାହାଳ, କଟାବାହାଳ ନୂଆସାହି, ମେଣ୍ଢାପଦା, ମାଧପୁର ଅଞ୍ଚଳରେ ଆଜକୁ ପ୍ରାୟ ୭ଦିନ ଧରି ହନୁ ମାଙ୍କଡ଼ ଆକ୍ରମଣରେ ଛୋଟ ପିଲା ଠାରୁ ବୟସ୍କା ମହିଳା ପୁରୁଷ ଏବଂ ରାସ୍ତା ରେ ଯାତାୟତ କରୁବା ପଥଚାରିଙ୍କ ଉପରକୁ ଝାମ୍ପ ମାରିବା ସହିତ କିଛି ଲୋକଙ୍କୁ ଆମ୍ପୁଡିବା ଆଉ କିଛି ଲୋକଙ୍କୁ କାମୁଡ଼ି ଦେଇ ଏ ଗଛ ରୁ ସେ ଗଛ ପଳେଇ ଯାଉଥିବା ସୁଚନା ମିଳିଛି। ପାଗଳ ମାଙ୍କଡ ଶିକାର ହୋଇଥିବା ମଧ୍ୟରେ ବୟସ୍କା ମହିଳା ଶଖି ସାହୁ ବୟସ ୮୫ ବର୍ଷ କଳାବତୀ ନାୟକ ବୟସ ୬୮ ନାତୁଣୀ ସ୍ବାଗତିକା ନାୟକ ବୟସ ୧୮ ବର୍ଷ ସ୍ବତା ଲିନା ସାହୁ ବୟସ ୩୫ ବର୍ଷ ନୟନ ନାଥ ବୟସ ୬୨ ବର୍ଷ ଗଣିଆ ବେଜ, ଜଗା ନାଥ ଭଳି ଛୋଟ ପିଲା ମାନେ ଏହି ଆକ୍ରମଣର ଶିକାର ହୋଇ ସ୍ଥାନୀୟ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚକିତ୍ସିତ ହେଉଛନ୍ତି। ଖବର ପାଇ ଡିହୋଡଳ ବନଖଣ୍ଡ ଅଧିକାରୀ ଚନ୍ଦ୍ରଶେଖର ବେହେରାଙ୍କ ତତ୍ତ୍ଵାବଧାନରେ ସମସ୍ତ କର୍ମଚାରୀ ସାମୁହିକ ଉଦ୍ୟମ କରି ମାଙ୍କଡକୁ ଧରିବାରେ ବିଫଳ ହେବା ହେତୁ ଟ୍ରାକୁଲାଇଜର ଟିମକୁ ଅବଗତ କରାଇଥିଲେ ଟ୍ରାକୁଲାଇଜର ଟିମ୍ ଆସି ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
