*ଖଡିଆଳ ମହୋତ୍ସବ -୨୦୨୬ ର ଚତୁର୍ଥ ସନ୍ଧ୍ୟା, କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରା ର ମହା ସଙ୍ଗମ ଅଟେ ଖଡିଆଳ ମହୋତ୍ସବ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ର ପରିସର ମଧ୍ୟ ଖଡିଆଳ ମହୋତ୍ସବ -୨୦୨୬ ର ଚତୁର୍ଥ ସନ୍ଧ୍ୟା କୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରା ର ମହା ସଙ୍ଗମ ଅଟେ ବୋଲି କହିଥିଲେ। ଖଡିଆଳ ମହୋତ୍ସବ ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ କଣ୍ଟାବାଞ୍ଜି କଲେଜ୍ ଅବସର ପ୍ରାପ୍ତ ଅଧ୍ୟାପକ ଲୋହିତକ୍ଷ ଯୋଷୀ ସ୍ବାଗତ ଅଭିଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡିଆଳ ରାଜା ସାହେବ୍ ଦେବ ଦେବ ସିଂ ଦେଇ ଯୋଗ ଦେଇଥିଲେ। ଆନୁଷ୍ଠାନିକ ସଭା ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ । ସାଂସ୍କୃତିକ ସଂଧ୍ୟା ରେ ବଲାଙ୍ଗୀର ଜିଲ୍ଲା କୃଷ୍ଣପ୍ରିୟ କଳା ପରିଷଦ ପକ୍ଷ ରୁ ଆଦିବାସୀ ଘୁଡ଼କା ନାଚ ରେ ବିଭୋର ହୋଇଥିଲେ ଦର୍ଶକ। କଳାକାର କୁନି ଛତ୍ରିଆ ଙ୍କୁ ସ୍ମୃତି ଚାରଣ କରିଥିଲେ। ଓଡ଼ିଶୀ ନୃତ୍ୟ, ପାଇକ ଆଖଡ଼ା, ସମ୍ବଲପୁରୀ ନୃତ୍ୟ ଗୀତରେ ଛାତ୍ରୀମାନେ ନିଜ ନିଖୁଣ କଳା ପ୍ରଦର୍ଶନ କରିଥିଲେ।
