*ଖଡିଆଳ ମହୋତ୍ସବ ୨୦୨୬ ପାଳନ ଅବସର ରେ , ସ୍ବଚ୍ଛତା ଅଭିଯାନ, ନିଜ ନାଆଁ ରେ ନିଜେ ନାଉରୀ ହେବାର ପ୍ରୟାସ, ମିଳିତ ରୂପେ ସଫେଇ,ସଫେଇ କର୍ମୀ, ଏନ୍ ଏ ସି ଏବଂ ମହୋତ୍ସବ ପାଳନ କମିଟି ମିଳିତ ଉଦ୍ୟମ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୮.୦୨.
- ଖଡିଆଳ ମହୋତ୍ସବ ୨୦୨୬ ପାଳନ ଅବସର ରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ। ନିଜ ନାଆଁ ରେ ନିଜେ ନାଉରୀ ହେବାର ପ୍ରୟାସ କରିଥିବା ବେଳେ ମିଳିତ ରୂପେ ସଫେଇ କରିଛନ୍ତି। ଖଡିଆଳ ଏନ୍ ଏ ସି ସଫେଇ କର୍ମୀ,ଏବଂ ମହୋତ୍ସବ ପାଳନ କମିଟି ମିଳିତ ଉଦ୍ୟମରେ ମହୋତ୍ସବ ପଡିଆ ସାଙ୍ଗକୁ ସାଂସ୍କୃତିକ ରଙ୍ଗମଞ୍ଚ ସଫେଇ କରିଛନ୍ତି। ଏହି ସଫେଇ କାର୍ଯ୍ୟ ରେ ଖଡିଆଳ ବିଧାୟକ ତଥା ମହୋତ୍ସବ ପାଳନ କମିଟି ଅଧକ୍ଷ ଅଧିରାଜ ପାଣିଗ୍ରାହୀ, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ସମାଜ ସେବୀ ଅକ୍ଷୟ ନନ୍ଦ, ସମ୍ପାଦକ ପ୍ରୁଥୀ ରାଜ୍ ମହାନ୍ତି, ଖଡିଆଳ ତହସିଲଦାର ନରସିଂହ ଗଡାବା, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ସ୍ୱଚ୍ଛ ସାଥୀ ମମତା ଥାପା, ଅନିତା ତାହାଣ୍ଡି, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଗିରିଧାରୀ ବିଭାର, ସୁଶାନ୍ତ ତାଣ୍ଡି, ନୀମାଇ ଚରଣ ତାଣ୍ଡି, ଗୋବର୍ଦ୍ଧନ ସୁନା, ସମେତ ଖଡିଆଳ ମହୋତ୍ସବ ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ସଫେଇ କରିଥିଲେ।
