ବରଗଡ ହାଟପଡା ସାଇମନ୍ଦିର ସାମ୍ନାରେ ଭୁଜାଲି ଆକ୍ରମଣ ଘଟଣା ରେ ୬ ଅଭିଯୁକ୍ତ ଗିରଫ l ବରଗଡ :ବରଗଡ ହାଟପଦା ସାଇମନ୍ଦିର ଗିରଫ ସାମ୍ନାରେ ଭୁଜାଲି ଆକ୍ରମଣ ଘଟଣା
ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନଥାନା ପୋଲିସ I ଗିରଫଙ୍କ ମଧ୍ୟରେ ରହିଛନ୍ତି ୨ ନାବାଳକ I
ପୂର୍ବ ଶତ୍ରୁତାକୁ ନେଇ ଘଟିଥିଲା କାଣ୍ଡ
ସରସ୍ଵତୀ ପୂଜା ବେଳେ ୨ ଗୋଷ୍ଟିଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଏହାକୁ କେନ୍ଦ୍ର କରି ଗତ ଗୁରୁବାର ସଂଧ୍ୟାରେ ହୋଇଥିଲା ଏହି ଗୋଷ୍ଟି ସଂଘର୍ଷ I ବିଚ୍ ରାସ୍ତା ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୋଟିଏ ଗୋଷ୍ଟି ଅନ୍ୟ ଗୋଟିଏ ଗୋଷ୍ଠିର ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ I ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଏବେ ବି ଚିକିତ୍ସିତ ହେଉଛନ୍ତି I ତେବେ ଗିରଫ ୬ ଜଣଙ୍କ ପାଖରୁ ୪ ଟି ଚୁରି ଓ ୨ଟି ଭୁଜାଲି ଜବତ କରିଛି ବରଗଡ ପୋଲିସ
ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ ର ଅପରିଚିତ ଶିନ୍ଧିରୀୟା, କାହ୍ନI ବେହେରା, ଅରୁଣ ସିନ୍ଧିରୀୟା, ସୂଜଲ ସିନ୍ଧିରୀୟା ଓ ୨ ନାବାଳକ ରହିଛନ୍ତି I
I ଅନ୍ୟପଟେ ଏହି ଘଟଣାକୁ ନେଇ ସହରରେ ଅଶାନ୍ତ ପରିବେଶ ଲାଗିରହିଥିବା ବେଳେ ଘଟଣାରେ ଆଉ କାହା କାହାର ସଂପୃକ୍ତ ଅଛି ସେନେଇ ପୋଲିସ ତଦନ୍ତ ଚଳାଇଛି I
ପ୍ରତିକ୍ରିୟା ଦେଲେ ପଦାରବିନ୍ଦ୍ ତ୍ରିପାଠୀ SDPO ବରଗଡ
