ଶ୍ରୀରାମ ସେନା ତରଫରୁ ବିଶାଳ ରକ୍ତଦାନ ଶିବିର।
ସୋର ଶ୍ରୀରାମ ସେନା ତରଫରୁ ରାଷ୍ଟ୍ରୀୟ ନବବର୍ଷ ରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଯାଇଛି। ଆଜି ପ୍ରଥମ ଦିନରେ ଅର୍ଥାତ୍ ରାଷ୍ଟ୍ରୀୟ ନବବର୍ଷ ରେ ବିଶାଳ ରକ୍ତଦାନ ଶିବିର ସୋର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜନ କରାଯାଇଥିଲା। ଶ୍ରୀରାମ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବାଲେଶ୍ଵର ରକ୍ତଭଣ୍ଡାର ର ମୁଖ୍ୟ ବସନ୍ତ କୁମାର ଉପାଧ୍ୟାୟ, ରକ୍ତଭଣ୍ଡାର କାଉନସିଲର ଶୁଚିଶ୍ମିତା ଦାସ , ନର୍ସିଂ ଅଫିସର ପୁଷ୍ପିତା ଦାସ ଟେକ୍ନିସିୟାନ ବିଜୟ ଜେନା, ସୈାଭାଗ୍ୟ ବତି ପରିଡ଼ା,ହେମନ୍ତ ସେଠି, ପ୍ରକାଶ ମହାରଣା ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ।
ଶ୍ରୀରାମ ସେନା ର ସଭାପତି ବିଷ୍ଣୁ ମୋହନ ପଣ୍ଡା, ସମ୍ପାଦକ ମନିଷ୍ ଗୁପ୍ତା , ଶଶୁଳି ଝୁନଝୁନଆଲା ,ବରିଷ୍ଠ ଆଇନଜୀବି ତଥା ଶ୍ରୀରାମ ସେନା ର ବରିଷ୍ଠ ଉପଦେଷ୍ଟା କାହ୍ନୁଚରଣ ବେହେରା, ବିତି କୃଷ୍ଣ ରଣା, ଦିଗନ୍ତ ସାହୁ , ଲୁଲୁ ପାତ୍ର, ଅବିଶେକ ଅଗ୍ରୱାଲ, ଗଜେନ୍ଦ୍ର ପ୍ରସାଦ ରଣା, ବିକ୍ରମ କେଶରୀ ମହାପାତ୍ର , ଆଦ୍ୟାଶା ଦାସ ପ୍ରମୁଖ ଉକ୍ତ ରକ୍ତଦାନ ଶିବିର ରେ ଅନୁଷ୍ଠିତ ରହି ରକ୍ତଦାତାଙ୍କୁ ସହଯୋଗ କରିଥିଲେ। ସେନା ର ସଭାପତି ବିଷ୍ଣୁ ମୋହନ ପଣ୍ଡା, ନବିନ କୁମାର ବେହେରା, ଜ୍ୟୋତି ପ୍ରକାଶ ଦୀକ୍ଷିତ, ଦେବବ୍ରତ ବେହେରା,ମାନସ ଯେନା, ସୁରେନ୍ଦ୍ର ଜେନା, ମାନସ ରଞ୍ଜନ ପାତ୍ର, ସ୍ମିତାଶ୍ରୀ ଦାସ , ହିମାଂଶୁ କୁମାର ସେଠୀ, ଚନ୍ଦ୍ର କାନ୍ତ ସାହୁ, ସ୍ବାଧିନ ଭାରତ ମହାଳିକ,ମିତାଲି ଷଡ଼ଙ୍ଗୀ ପ୍ରମୁଖ ରକ୍ତଦାନ କରିଥିଲେ। ସଭାପତି ଶ୍ରୀ ପଣ୍ଡା ସମସ୍ତ ଶ୍ଵେଛାକୃତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ୩୦୦ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା।
