
ସାମ୍ବାଦିକ ଙ୍କ ବରେଣ୍ୟତା।
ସାମ୍ବାଦିକତା କରିବା ତାଙ୍କ ପେଶା କିନ୍ତୁ ସମାଜସେବା କରିବା ତାଙ୍କ ନିଶା। ବାଲେଶ୍ଵର ଜିଲ୍ଲାରେ ସୋର ବ୍ଲକ ଭଞ୍ଜଦୂତ ଖବର କାଗଜ ସାମ୍ବାଦିକ ଜ୍ୟୋତି ପ୍ରକାଶ ଦୀକ୍ଷିତ । ଶ୍ରୀଯୁକ୍ତ ଦୀକ୍ଷିତ ୧୫ ଥର ବିଭିନ୍ନ ରକ୍ତଦାନ ଶିବିର ରେ ରକ୍ତ ଦେଇଥିବାବେଳେ , ପ୍ରାୟ ୮ ରୁ ଅଧିକ ଥର ବିଭିନ୍ନ ଡାକ୍ତରଖାନା ରେ ସାଧାରଣ ଲୋକଙ୍କୁ ରକ୍ତଦେଇ ରୋଗୀ ତଥା ତାଙ୍କ ସମ୍ପର୍କୀୟ ଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି । ଖବର ପାଇବା ମାତ୍ରେ ସେ ଆଗପଛ କିଛି ନଭାବି ଧାଇଁ ଯାଆନ୍ତି ରକ୍ତ ଦେବାକୁ। କେବଳ ସେ ରକ୍ତଦେଇ ସମାଜସେବା କରନ୍ତି ତାହା ନୁହଁ ବରଂ ବିଭିନ୍ନ ବିବାହ ଭୋଜି ଅବା ଜନ୍ମ ଦିନ ମାନଙ୍କରେ ମଧ୍ୟ ସେ ବିଭିନ୍ନ ପ୍ରକାରର ଛୋଟ ଗଛ ପ୍ରଦାନ କରିଥାନ୍ତି ।