
ବଙ୍କାପଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କଲମପୁର; );କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ବଙ୍କାପଲା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ମହା ଆଡମ୍ବରେ ପାଳିତ ହୋଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳମପୁର ଗୋଷ୍ଟି ଶିକ୍ଷା ଅଧିକାରି ମଧୁସ୍ମିତା ନାଏକ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ଦେପୁର ସରପଞ୍ଚ ଟିଙ୍କଲ ପାତ୍ର, ବି ଆର ସିସି ହେମନ୍ତ କୁମାର ପଣ୍ଡା, ମନୋଜ ମେହେର ସି ଆର ସିସି,ସ୍କୁଲ ସଭାପତି କୁରୁକ୍ଷେତ୍ର ମାଝୀ,ଶ୍ରୀରାମ ପଣ୍ଡା ମଣ୍ଡଳ ସି ଆର ସିସି,ଶ୍ରୀଯୁକ୍ତ ବିଜେ ନାଗ,ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସାହୁ,ଶ୍ରୀଯୁକ୍ତ ରାହାସ ବିହାରୀ ଟେଣ୍ଡକାରୀ, ପ୍ରମୁଖ ମଞ୍ଚାସିନ ଥିଲେ | ସଂପୃକ୍ତ ଆୟୋଜିତ ଉତ୍ସବରେ ବିଦ୍ୟାଳୟରେ ପୁରସ୍କାର ବିତରଣ ନେଇ ଏକ ପ୍ରତିଯୋଗିତା ରଖାଯାଇ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପୁରସ୍କାର ବିତରଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ |