ଗୋଟିଏ ରାତିରେ ତିନୋଟି ମନ୍ଦିର ରୁ ଚୋରି।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ରେ କିଛି ଦିନ ର ବ୍ୟବଧାନ ପରେ ପୁଣି ସକ୍ରିୟ ଚୋର। ଗୋଟିଏ ରାତିରେ ତିନୋଟି ମନ୍ଦିର ରୁ କଳା କନା ବୁଲାଇଲେ ଚୋର।ସୋର ଥାନା ସବିରା ପଞ୍ଚାୟତ କୃଷ୍ଣ ନଗରରେ ଥିବା ତିନୋଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମରେ ଥିବା ହନୁମାନ ମନ୍ଦିର ,ଶିରିଡି ସାଇ ମନ୍ଦିର ଓ ଠାକୁରାଣୀ ମନ୍ଦିରକୁ ସକାଳେ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିରର ଚାବି ଭଙ୍ଗାଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ମନ୍ଦିରରୁ ରୁପା ମୁକୁଟ,ରୁପା ହାର ସମେତ ପିତ୍ତଳ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
