ହିନ୍ଦୋଳ ବନାଞ୍ଚଳରେ ଅଜଣା ଜନ୍ତୁ ମେଣ୍ଢା ଶାଳରେ ପଶି ମାରିଲା ୧୦ ମେଣ୍ଢା I ଭୟରେ ଆତଙ୍କିତ ଗ୍ରାମବାସୀ I
Format-AVB
Place- Hindol
Rep- Gokula Nanda Behera
Date- 06/02/26
ହିନ୍ଦୋଳ ବନାଞ୍ଚଳରେ ବାଘ ଆତଙ୍କ I ମେଣ୍ଢା ଶାଳରେ ପଶି ମାରି ଖାଇଲା ୧୦ ମେଣ୍ଢା I ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କସଂରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର କୈଳାସ ମହାଖୁଡ଼ଙ୍କ ମେଣ୍ଢା ଗୁହାଳେ ବିଳମ୍ବିତ ରାତିରେ ବାଘ ପଶି ୧୦ ମେଣ୍ଢା ମାରି ଖାଇଥିବା ଦେଖିବାକୁ ମିଳିଛି I ଖବରପାଇ ସକାଳେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ବାଘ ପାଦ ଚିହ୍ନ ଏବଂ ବାଘ ଆସିଥିବା ଖବର ଶୁଣି ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ I କୈଳାସ ମହାଖୁଡ଼ ମେଣ୍ଢା ପାଳି ନିଜର ଜୀବିକା ନିର୍ବାହ କରୁଥିବା ବେଳେ ୧୦ ମେଣ୍ଢାର ମୃତ୍ୟୁକୁ ନେଇ ଭାଙ୍ଗିପଡିଛନ୍ତି କୈଳାସ ଏବଂ ପରିବାର ଲୋକ I ତୁରନ୍ତ ସରକାରୀ ସହାୟତା ଦେବା ପାଇଁ ଦାବିକରିଛନ୍ତି ପରିବାର ଲୋକ ଏବଂ ଗ୍ରାମବାସୀ I
