
ପାରମ୍ପରିକ ଚୈତ୍ର ମାସ ଦଣ୍ଡନାଚ ପର୍ବ ଆରମ୍ଭ ।
ସ୍ଥାନ : ଗଞ୍ଜାମ, ସତ୍ୟନାରାୟଣ ପୁର
ଗଞ୍ଜାମ ଜିଲ୍ଲାର ଏକ ଉତ୍ସବ ରୁପେ ବେଶ ପରିଚିତ ଚୈତ୍ର ମାସ ଦଣ୍ଡନାଚ । ପବିତ୍ର ଚୈତ୍ର ମାସର ଏହି ଦଣ୍ଡନାଚ ସାରା ଜିଲ୍ଲାରେ ଏକ ବଡ ପର୍ବ ରୁପେ ପାଳିତ ହୋଇଆସିଛି । ଏହି ଦଣ୍ଡନୃତ୍ୟ ବର୍ତମାନ ରାଜ୍ୟର ୧୪ଟି ଜିଲ୍ଲାକୁ ବ୍ୟାପୀବାରେ ଲାଗିଛି । ମାନସିକ ଦଣ୍ଡ ଧାରୀ ଭକ୍ତ ମାନେ ନିଜ ଗୃହ ପରିତ୍ୟାଗ କରି ଦିର୍ଘ ୧୩ ଦିନ ବ୍ୟାପି ଏହି ଉତ୍ସବରେ ଯୋଗ ଦେଇଥାନ୍ତି । ନିକଟ ଅଚଂଳର ଦଣ୍ଡ ମନ୍ଦିରକୁ ଯାଇ ସକଂଳ୍ପ ସହ ପଇତା ଧାରଣ କରିଥାନ୍ତି । ମା ଦଣ୍ଡକାଳିଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ମାଙ୍କୁ ଧାରଣ କରିଥାନ୍ତି । ସେହିଭଳି ଚମ୍ପାବର, ଅଗ୍ନିଦଣ୍ଡ, ଝୁଣା ହାଣ୍ଡି, ପତାକା, ମୟୁର ପିଛଂ ଧରି ଢୋଲ ଘଟଂ ବାଦ୍ୟର ତାଳେତାଳ ଦେଇ ଖାଲି ପାଦରେ ଗ୍ରାମକୁ ଗ୍ରାମ ପରିକ୍ରମା କରିଥାନ୍ତି । ମାଂ ଦକ୍ଷିଣ କାଳୀ ଆଜି ସତ୍ୟନାରାୟ ପୁର ଗ୍ରାମରେ ଜଗନ୍ନାଥ ପଣ୍ଡା ଙ୍କ ମାନସିକ ଧାରି ମନସ୍କାମନା ପୂର୍ଣ୍ଣପାଇଁ ମାଂ ଗ୍ରାମରେ ପରିକ୍ରମା କରିଥିଲେ l ମାନସିକ ଧାରୀଙ୍କ ଦୁଆର ମୁହଁରେ ମାଙ୍କୁ ସ୍ଥାପନ କରି ଧୁଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସଂଧ୍ୟା ଆଳତୀ, ଭୋଗ ପରେ ରାତ୍ରୀରେ ବିଭିନ୍ନ ପୈାରାଣିକ ଓ ସାମାଜିକ ନାଟକ ପରିବେଷଣ କରିଥାନ୍ତି । ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ