
ବିଜେଡି ର ହେ ନବୀନ ଗୀତ ପରେ ପୁଣି
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଗୀତ ରେକର୍ଡିଂ
‘ ଏ ମୋହନ ମାଝୀ, ଆମେ ତୁମ ପାଇଁ କ୍ରେଜୀ ‘
କଟକ: ସଙ୍ଗୀତ ନିର୍ଦ୍ଦେଶକ ଡି. ପାପୁନଙ୍କ ନିର୍ଦ୍ଦେଶନାରେ ଏକ ରୁଚି ପୂର୍ଣ୍ଣ ଗୀତ ହେଉଇଛି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ନୂଆ ଗୀତ ‘ ଏ ମୋହନ ମାଝୀ ଆମେ ତୁମ ପାଇଁ କ୍ରେଜୀ, କହେ ଆଜି ସାରା ଓଡିଶା ଜନତା, ତୁମେ ଜଗେଇଲ ଓଡ଼ିଆ ଅସ୍ମିତା। ଏହି ଗୀତ ଏବେ ଓଡ଼ିଶାବାସୀଙ୍କ ମନକୁ ଛୁଇଁବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ରିଲିଜ୍ କରିବେ ବୋଲି ସୂଚନା ମିଳିଛି। ଶ୍ରୀ ମାଝୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କୁହାଯାଉଥିଲାବେଳେ ସବୁବେଳେ ଲୋକାଭିମୁଖୀ କାର୍ଯ୍ୟକଳାପ ପାଇଁ ଓଡ଼ିଶା ବାସୀଙ୍କ ହୃଦୟରେ ସେ ସ୍ଥାନ ହାସଲ କରିଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ବାରବାଟୀ ଷ୍ଟାଡିୟମ୍ ସ୍ଥିତ ଏମ୍ ଆର୍ ଆର୍ ଷ୍ଟୁଡିଓ ରେ ସୁନ୍ଦର ଗୀତ ପ୍ରସ୍ତୁତ ହୋଇଛି। ଗୀତିକାର ଶିବନ ସ୍ୱାଇଁ ଏହି ଗୀତ ଲେଖିଥିବାବେଳେ ଏହାର ପ୍ରଯୋଜନା ରାକେଶ ମହାନ୍ତି। ଦିନରାତି ଏଣ୍ଟର୍ଟେନ୍ମେଣ୍ଟ ବ୍ୟାନର ରେ ପ୍ରସ୍ତୁତ କରାଯାଉଥିବା ଏହି ଗୀତ ଖୁବ୍ ଶୀଘ୍ର ରିଲିଜ୍ ହେବ ।