– ନିଶାସକ୍ତ ଶିକ୍ଷକଙ୍କ ଭରସାରେ ପିଲାଙ୍କ ଭବିଷ୍ୟତ!
କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ଡେଲାରପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ। ବିଦ୍ୟାଳୟର ଶିକ୍ଷକ ମୁକେଶ ପ୍ରଧାନ ନିୟମିତ ମାଦକ ଦ୍ରବ୍ୟ ସେବନ କରି ସ୍କୁଲକୁ ଆସୁଥିବା ସହ ପାଠ ପଢ଼ାଇବା ସମୟରେ ଟେବୁଲ ଉପରେ ଶୋଇପଡ଼ୁଥିବା ଅଭିଯୋଗ ହୋଇଛି।ତା ସହିତ ଶିକ୍ଷକ ବି ଆମ ପ୍ରତିନିଧି ଙ୍କ ଆଗରେ କହୁଛନ୍ତି ହଁ ମୁଁ ମଦ ଟିକେ ପିଉଚି… କଣ ତୁମେ ମୋର କରିବ କର….. ଏହି କଥା ଏବେ ବେସ ଖଟିରେ ଆଲୋଚନା ର ମୁଖ୍ୟ ବିଷୟ ପାଲଟି ଯାଇଛି ଏଣୁ ବ୍ଲକ ଶିକ୍ଷା ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ
ଯେଉଁ ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ, ସେ ଯଦି ନିଜ କର୍ତ୍ତବ୍ୟ ଭୁଲିଯାଆନ୍ତି, ତେବେ ପିଲାଙ୍କ ଭବିଷ୍ୟତ ଗଢ଼ିବ କିଏ? ସରକାରଙ୍କ ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ନାରା କେବଳ ସ୍ଲୋଗାନରେ ସୀମିତ ରହିଯିବ କି?
ଏବେ ପ୍ରଶ୍ନ, ଶିକ୍ଷା ବିଭାଗ କେବେ ନେବ କାର୍ଯ୍ୟାନୁଷ୍ଠାନ? କେବେ ମିଳିବ ପିଲାଙ୍କୁ ନ୍ୟାୟ?
ଭଂଜଦୂତ ନ୍ୟୁଜ୍।
