ସୋର ପୁଲିସକୁ ବଡ଼ ସଫଳତା, ୬ ଚୋରା ବାଇକ ଜବତ, ଜଣେ ଗିରଫ
ସୋର ୩୧/୧(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ପୁଲିସ ବଡ଼ ସଫଳତା।୬ ଚୋରା ବାଇକ୍ ଜବତ୍, ଜଣେ ଗିରଫ। ସୂଚନାଯୋଗ୍ୟ ସୋର ପୁଲିସ ପକ୍ଷରୁ ବାରିକପୁର ହାଟ ନିକଟରେ ଚଢ଼ାଉ କରି ୬ ଟି ଚୋରା ବାଇକକୁ ଜବତ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ ଗତକାଲି ରାତିରେ ସୋର ପୁଲିସ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ହାଟ ନିକଟରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ସୋର ପୁଲିସ ହଠାତ ହାଟ ନିକଟରେ ଚଢ଼ାଉ କରିଥିଲେ।ଫଳରେ ପୁଲିସ ଗାଡିକୁ ଦେଖି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ପୁରୁଣା ବାଲେଶ୍ୱର ଗ୍ରାମର ବିଶ୍ୱନାଥ ସାହୁ (୨୦) କୁ ପୁଲିସ ଧରିବାକୁ ସକ୍ଷମ ହୋଇଥିଲା। ପରେ ତାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ପୁଲିସ ତା ନିକଟରୁ ୬ ଟି ଚୋରି ବାଇକକୁ ଜବତ କରିଥିଲେ। ଏ ବାବଦରେ ଆଜି ପୁଲିସ ଥାନାରେ ୯୨/୨୬ ରେ ଏକ ମାମଲା ରୁଜ୍ଜୁ କରି ତାକୁ ଗିରଫ କରିଥିଲେ। ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ସୂଚନା ଦେଇଛନ୍ତି।
