ଅଠର ଲକ୍ଷ୍ୟ ଟଙ୍କାରେ ନିଲାମ ହେଲା ଜବତ ପଥର ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର)::: ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ପଥର ଜବତ କରିଥିବା ବେଳେ ଅପରାହ୍ନରେ ଏହାକୁ ନିଲାମ କରାଯାଇଛି।ସୂଚନା ଅନୁସାରେ ଆଜି ସକାଳେ ଖାଦାନରେ ବେଆଇନ ବ୍ଲାଷ୍ଟିଂ ହୋଇଥିବା ଖବର ପାଇ ସୋର ତହସିଲଦାର ଦୈତାରୀ ମଲ୍ଲିକ ଚଢ଼ାଉ କରିଥିଲେ। ଏହି ସମୟରେ ୬୮ ନମ୍ବର କ୍ଵାରୀ ନିକଟରୁ ୧୦୦୦ କ୍ୟୁବି ମିଟର ପଥର ଏବଂ ୮୭ ନମ୍ବର କ୍ଵାରୀରୁ ୨୦୦୦ କ୍ୟୁବି ମିଟର ପଥର ଜବତ କରିଥିଲେ। ଅପରାହ୍ନରେ ଅତିରିକ୍ତ ତହସିଲଦାର ସଂଜୀବ ପାତ୍ର ଏବଂ କନିଷ୍ଠ ଖଣି ଅଧିକାରୀ ସମ୍ବିତ ମଣି କ୍ଵାରୀରେ ପହଞ୍ଚି ଜବତ ପଥରକୁ ୧୮ ଲକ୍ଷ ଟଙ୍କାରୁ ଉର୍ଧ୍ଵ ଟଙ୍କାରେ ନିଲାମ କରିଥିଲେ।
