ଶିଶୁ ବିଦ୍ୟା ମନ୍ଦିରର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ବିଦ୍ୟାଳୟର ବାର୍ଷିକ ଉତ୍ସବ ହେଉଛି ଗୋଟିଏ ବିଦ୍ୟାଳୟର ବର୍ଷ ତମାମ ଶିକ୍ଷା କାର୍ଯ୍ୟକ୍ରମରୁ କିଛି ସମୟରେ ବିରତି ପରେ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ଏକତ୍ରିକରଣ ରୂପକ ସମ୍ମିଳନୀର ପରିଚୟ। ଉକ୍ତ ବାର୍ତ୍ତାକୁ ନେଇ ସୋର ବ୍ଲକ ତଳନଗରରେ ସ୍ବର୍ଗତ ଅନାଦି ଚରଣ ପଲେଇଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଶିଶୁ ବିଦ୍ୟା ମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସ୍ୱାଗତ ବନ୍ଦନା ଗାନ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସୁଲୋଚନା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ରମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଦାଶ ମୁଖ୍ୟ ଅତିଥି,ବାଲେଶ୍ୱର ସଂସ୍ଥାନର ପ୍ରଭାରୀ ଦୀପ୍ତିକାନ୍ତ ପାଢ଼ୀ ମୁଖ୍ୟ ବକ୍ତା,ସମ୍ମାନୀୟ ଅତିଥି ବିଶ୍ୱମ୍ବର ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୃଷ୍ଟି,ତଳନଗର ମହାବିଦ୍ୟାଳୟର ଅଧ୍ୟାପକ ଦୟାନିଧି ପାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ନିରାକାର ପଣ୍ଡା, ସଭାପତି ପ୍ରଶାନ୍ତ କୁମାର ପଲେଇ ପ୍ରମୁଖ ସଭାରେ ସଭାରେ ଯୋଗ ଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ନମିତା ବିଶ୍ଵାଳ, ବନିତା ନାୟକ, ମନୋରଞ୍ଜନ ବାରିକ,ଝୁଲିରାଣୀ ବିଶ୍ୱାଳ, ରାଜେନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।
