ବି ଏମ ସି ସି କପ ଚିଲିଦା ଟୁର୍ଣ୍ଣାମେଣ୍ଟ ରେ ଜୟପୁରା କୁ ହରାଇ ବିରାଶାଳ ଚମ୍ପିୟାନ।
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଚିଲିଦା ଗ୍ରାମ ଖେଳ ପଡିଆ ଠାରେ ବି ଏମ ସି ସି କ୍ରିକେଟ କ୍ଳବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।ଏହି ଫାଇନାଲ ମ୍ୟାଚ ରେ ଆଜିଖେଳ ବିରାଶାଳ ଓ ଜୟପୁରା କାଟେଣି ମଧ୍ୟରେ ହୋଇଥିଲା। ଜୟପୁରା ପ୍ରଥମେ ବ୍ୟାଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୧୦୫ ରନ କରିଥିଲା ବିରାଶାଳ ମାତ୍ର ୮ ଉଭର ରେ ୧୦୬ ରନ କରି ବିଜୟୀ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ କଙ୍କଡ଼ାହାଡ଼ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ମ୍ୟାନେଜର ପ୍ରଦୀପ ମହାନ୍ତ, ଗ୍ରାମ ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ। ବି ଏମ ସି ସି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
