ଶିଶୁ ଶ୍ରମିକ ନିରାକରଣରେ ସଚେତନତା କାର୍ଯ୍ୟକ୍ରମ
ମୟୁରଭଞ୍ଜ ଜ଼ିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି. ସଭାକୁ ଜ଼ିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ ଉଦଘାଟନ କରିଥିଲେ. ଜ଼ିଲ୍ଲା ଶିଶୁ ସୁରକ୍ଷା ମଙ୍ଗଳ ଅଧିକାରିଣୀ ଭାସ୍ଵତୀ ବାରିକ ଏଥିରେ ଅଧକ୍ଷତା କରିଥିଲେ. ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତା ବିଶ୍ୱାଳ, ବିଏଡିସି ର ସମ୍ପାଦକ ଗୋପାଳ କୃଷ୍ଣ କର ଶିଶୁ ଶ୍ରମିକ ଉଦ୍ଧାର ସହିତ ପାଠ ପଢା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ. ବିଶେଷଜ୍ଞ ଭାବେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରାଜଶ୍ରୀ ପଟନାୟକ ଆଇନ ଠାରୁ ଆରମ୍ଭ କରି ଶିଶୁ ଶ୍ରମିକଙ୍କ ନିରାକରଣ ଓ ସୁରକ୍ଷା ଉପରେ ଆଲୋଚନା କରିଥିଲେ.. ସ୍ୱତନ୍ତ୍ର ନିମନ୍ତ୍ରିତ ପ୍ରତିନିଧି ଭାବେ ଟାଉନ ଥାନାର IIC , ବିଏଡିସି ର ସଦସ୍ୟା ଅଙ୍କିତା ବାରିକ ଓ ସୁଭଦ୍ରାରାଣୀ ବାରିକ ଓ ଅନାନ୍ୟା ସଂସ୍ଥାର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ.
