ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବହୁପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବର ଉଦଯାପନ
ବ୍ରହ୍ମପୁର / ଗୋପାଳପୁର ତା ୩୦.0୧.୨୦୨୬ –
ଗୋପାଳପୁର ବେଳାଭୂମି ମହୋତ୍ସବର ଆଜି ଉଦଯାପନ ହୋଇଛି। ଏହି ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
ବେଳାଭୂମି ମହୋତ୍ସବର ପୁରୋଧା ତଥା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ଗୋପାଳପୁର ବେଳାଭୂମି ମହୋତ୍ସବ ଲୋକମାନେ ଯେଉଁଭଳି ଶାନ୍ତି ଓ ଶୃଙ୍ଖଳା ସହିତ ଉପଭୋଗ କଲେ ତାହାର ଯେତେ ପ୍ରଶଂସା କଲେ କମ ହେବ। ମୁଖ୍ୟମନ୍ତ୍ରୀ ଆଜିକୁ ମିଶାଇ ଆଠ ଥର ଗଞ୍ଜାମ ଜ଼ିଲ୍ଲାକୁ ଆସିଲେଣି ଏଥିରୁ ତାଙ୍କର ଗଞ୍ଜାମ ପ୍ରତି ଥିବା ଭଲ ପାଇବା ଜଣାପଡେ ବୋଲି ସେ କହିଥିଲେ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମର ଗୌରବମୟ ଇତିହାସ, ଏବର୍ଷର ବିଶାଳ ଆୟୋଜନ ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଓ ଅନ୍ୟାନ୍ୟ କ୍ରାନ୍ତିକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ଆଜିର ଷ୍ଟାର ନାଇଟ୍ସ କାର୍ଯ୍ୟକ୍ରମରେ ସୁପ୍ରସିଦ୍ଧ ଗାୟକ କୈଳାଶ ଖେର, ବର୍ଣ୍ଣାଳୀ ହୋତା ଏବଂ ଋତୁରାଜ ମହାନ୍ତିଙ୍କ ସଂଗୀତରେ ଆତ୍ମବିଭୋର ହୋଇଥିଲେ ଶ୍ରୋତା ।
ଏହି ଅବସରରେ ଓଡିଶା ତଥା ଗଞ୍ଜାମକୁ ଗୌରବନ୍ୱିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରୀ ସୀମାଞ୍ଚଳ ପାତ୍ର
ପରିଚୟ: ସଖୀନାଟ ଓ ପ୍ରହ୍ଲାଦ ନାଟକର ପ୍ରତିଷ୍ଠିତ ଗୁରୁ।
ନିବାସ: ବମକେଇ, ଦିଗପହଣ୍ଡି (ଗଞ୍ଜାମ)।
ଗୌରବ: ଓଡ଼ିଶାର ପାରମ୍ପରିକ ଲୋକକଳା ପ୍ରତି ତାଙ୍କର ଅତୁଳନୀୟ ସେବା ପାଇଁ ସେ ୨୦୨୬ ମସିହା ପାଇଁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି।
ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ
ପରିଚୟ: ସୁନାମଧନ୍ୟ ସମ୍ବଲପୁରୀ ଲୋକଗୀତ ଗାୟକ।
ନିବାସ: ସମ୍ବଲପୁର।
ବିଶେଷତ୍ୱ: କାଳଜୟୀ ଗୀତ ‘ରଙ୍ଗବତୀ’ ପାଇଁ ସେ ସାରା ବିଶ୍ୱରେ ପରିଚିତ। ସମ୍ବଲପୁରୀ ସଂସ୍କୃତିର ପ୍ରସାର ପାଇଁ ସେ ଭାରତ ସରକାରଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ।
ଡକ୍ଟର ଅନନ୍ତରାମ କର କୌଣ୍ଡିନ୍ୟ
ପରିଚୟ: ଡକ୍ଟର ଅନନ୍ତରାମ କର କୌଣ୍ଡିନ୍ୟ ଜଣେ ପ୍ରତିଷ୍ଠିତ ଇତିହାସ ଗବେଷକ, ସାହିତ୍ୟିକ ଏବଂ ଶିକ୍ଷାବିତ୍।
ନିବାସ: ଭୀଷ୍ମଗିରି, ଗଞ୍ଜାମ।
ଅବଦାନ:
ଇତିହାସ ଗବେଷଣା: ଓଡ଼ିଶାର, ବିଶେଷ କରି ଦକ୍ଷିଣ ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ଉପରେ ତାଙ୍କର ଗଭୀର ଜ୍ଞାନ ରହିଛି।
ଭୀଷ୍ମଗିରିର ଇତିହାସ: ସେ ଭୀଷ୍ମଗିରି ଅଞ୍ଚଳର ଐତିହାସିକ ଗୁରୁତ୍ୱ ଓ ଏହାର ପରମ୍ପରାକୁ ଲିପିବଦ୍ଧ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି।
ପୁରସ୍କାର ଓ ସମ୍ମାନ: ତାଙ୍କର ସାରସ୍ୱତ ସାଧନା ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। ସେ ମଧ୍ୟ ଜଣେ ସୁସାହିତ୍ୟିକ ଭାବେ ବେଶ୍ ଜଣାଶୁଣା।
ଶ୍ରୀ ସୀମାଞ୍ଚଳ ନାହାକ
ପରିଚୟ: ଜଣେ ଦକ୍ଷ ପାଟବସ୍ତ୍ର ବୟନ ଶିଳ୍ପୀ।
ନିବାସ: ବୋମକେଇ, ପାତ୍ରପୁର (ଗଞ୍ଜାମ)।
ବିଶେଷତ୍ୱ: ସେ ବିଶ୍ୱପ୍ରସିଦ୍ଧ ‘ ବୋମକେଇ ଶାଢ଼ୀ’ ବା ‘ସୋନାପୁରୀ’ ବୟନ ଶୈଳୀର ଜଣେ ପ୍ରମୁଖ ସଂରକ୍ଷକ। ଗଞ୍ଜାମର ଏହି ପାରମ୍ପରିକ ହସ୍ତତନ୍ତ୍ର କଳାକୁ ଜୀବନ୍ତ ରଖିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଶ୍ରୀ ଦଣ୍ଡପାଣି ମହାପାତ୍ର
ପରିଚୟ: ଶ୍ରୀ ଦଣ୍ଡପାଣି ମହାପାତ୍ର ଜଣେ ସୁନାମଧନ୍ୟ ସାହିତ୍ୟ ସଙ୍ଗଠକ ଓ ସାରସ୍ୱତ ସାଧକ ଭାବେ ପରିଚିତ।
ନିବାସ: ଚିଙ୍ଗୁଡ଼ିଖୋଲ, ଗଞ୍ଜାମ।
ଅବଦାନ: ସେ ଗଞ୍ଜାମ ଜିଲ୍ଲାରେ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଅନେକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି। ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ସାରସ୍ୱତ ସମାରୋହ ଆୟୋଜନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସେ ବିଭିନ୍ନ ସାହିତ୍ୟିକ ପତ୍ରପତ୍ରିକା ସମ୍ପାଦନା ଓ ଲେଖାଲେଖି କ୍ଷେତ୍ରରେ ମଧ୍ୟ ସକ୍ରିୟ।
ଶ୍ରୀ ଓ. କୋର୍ଲାୟା
ପରିଚୟ: ସାହସୀ ଜୀବନରକ୍ଷକ ।
ନିବାସ: ଗୋପାଳପୁର (ଗଞ୍ଜାମ)।
ବିଶେଷତ୍ୱ: ଗୋପାଳପୁର ସମୁଦ୍ର କୂଳରେ ବୁଡ଼ିଯାଉଥିବା ଅସଂଖ୍ୟ ପର୍ଯ୍ୟଟକଙ୍କୁ ନିଜ ଜୀବନର ଭୃକ୍ଷେପ ନକରି ଉଦ୍ଧାର କରିଥିବାରୁ ସେମାନେ ଅଞ୍ଚଳର ‘ସେଭିଅର୍’ ଭାବେ ଜଣାଶୁଣା।
ଶ୍ରୀ କେ. ରବିକୁମାର
ପରିଚୟ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରୋତ୍ତୋଳକ ।
ନିବାସ: ବ୍ରହ୍ମପୁର (ଗଞ୍ଜାମ)।
ବିଶେଷତ୍ୱ: ସେ ଜଣେ ଅଲମ୍ପିଆନ। ୨୦୧୦ କମନୱେଲଥ୍ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିଲେ।
ଶ୍ରୀ ଅଶୋକ କୁମାର ବ୍ରହ୍ମା
ନିବାସ : ବ୍ରହ୍ମପୁର (ଗଞ୍ଜାମ)
ପରିଚୟ : ଅନେକ ବର୍ଷ ଧରି ନିରବଛିନ୍ନ ଭାବେ ସାମ୍ବାଦିକତା କରି ସାମ୍ବାଦିକତା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ଶ୍ରୀ ଭି. ରମେଶ ରାଓ
ପରିଚୟ: ଜଣେ ପ୍ରେରଣାଦାୟୀ ହ୍ୱିଲଚେୟାର ଫେନ୍ସିଂ ଖେଳାଳି।
ନିବାସ: ଛତ୍ରପୁର (ଗଞ୍ଜାମ)।
ବିଶେଷତ୍ୱ: ସେ ଜଣେ ସଫଳ ପାରା-ଆଥଲେଟ୍। ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ‘ତରବାରି ଚାଳନା’ କ୍ରୀଡ଼ାରେ ଜାତୀୟ ସ୍ତରରେ ରାଜ୍ୟର ପ୍ରତିନିଧିତ୍ୱ କରନ୍ତି।
ଗୌରବ: ଚୀନ୍ର ହଂକଂ (୧୨ –୧୩ ଏପ୍ରିଲ ୨୦୨୫ ) ରେ ଅନୁଷ୍ଠିତ ପାରା ଫେନ୍ସିଂ ସାଟେଲାଇଟ୍ ଟୁର୍ନାମେଣ୍ଟ ୨୦୨୫ ରେ ବ୍ୟକ୍ତିଗତ ଫଏଲ୍ ଇଭେଣ୍ଟରେ ଭି ରମେଶ ରାଓ ବ୍ରୋଞ୍ଜ ପଦକ ଜିତିଥିଲେ।
ଶ୍ରୀ ରବି ନାରାୟଣ ବେହେରା
ପରିଚୟ: ସେବାନିବୃତ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ,ଗଞ୍ଜାମ ଓ ସଂସ୍କୃତି ପ୍ରେମୀ।
ନିବାସ: ବ୍ରହ୍ମପୁର (ଗଞ୍ଜାମ)।
ବିଶେଷତ୍ୱ: ସେ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟ କରି ଗଞ୍ଜାମର କଳା ଓ ଐତିହ୍ୟକୁ ଲୋକପ୍ରିୟ କରିବାରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି ।
ଏହି ଅବସରରେ କବାଡି, ବୋଟ ରେସର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଗଞ୍ଜାମ କଳା ପରିଷଦର ଓଡ଼ିଶୀ, ମିନି ମିରାକଲ୍ ଡ୍ୟାନ୍ସ ଷ୍ଟୁଡିଓ, ବ୍ରହ୍ମପୁରର ସମ୍ବଲପୁରୀ, ବିବିଧ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲ୍ଚର, ଛତ୍ରପୁରର ବାଘ ନାଚ, ଲିସୋମ୍ ଡ୍ୟାନ୍ସ ଷ୍ଟୁଡିଓ, ବ୍ରହ୍ମପୁର ର ମଡର୍ଣ୍ଣ ଡ୍ୟାନ୍ସ, ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ସ୍କେଟିଂ, ସରଣାଚନା, ବ୍ରଜରାଜନଗର ଆଦିବାସୀ ନୃତ୍ୟ, ଆର୍ଯ୍ୟନ ଡ୍ୟାନ୍ସ ଏକାଡେମୀ, ବ୍ରହ୍ମପୁର ର ସେମି କ୍ଲାସିକାଲ୍, ସି.ଏମ୍.ଏ ଡ୍ୟାନ୍ସ ଷ୍ଟୁଡିଓ ର ମଡର୍ଣ୍ଣ ଡ୍ୟାନ୍ସ , କଳିଙ୍ଗ ପାଇକ କ୍ରିଏସନ ର ପାଇକ ଆଖଡ଼ା, ଏମ ଇ ଏମ ଏଣ୍ଟରଟେନମେଣ୍ଟ, ଭାରାଥରାଜପୁରମ୍ ର ଚେଣ୍ଡାମେଲମ୍, ବନ୍ କୋପୌ ସଂସ୍କୃତି ଗୋଷ୍ଠୀ ର ଆସାମ ବିହୁ, ପ୍ରୟାସ ସେଣ୍ଟର ଫର୍ ପର୍ଫର୍ମିଂ ଆର୍ଟସ ର କଥକଲି କଳାପ୍ରେମୀଙ୍କୁ ତଲ୍ଲୀନ କରିଥିଲା।
