ସଙ୍କେତ ଆଇଟିଆଇ ଓ ବିଜିନେସ ମ୍ୟାନେଜମେଣ୍ଟ ସ୍କୁଲର ବାର୍ଷିକୋତ୍ସବ । ରଘୁନାଥପୁର:(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୂରଣ ଓଡ଼ପଡ଼ା ସ୍ଥିତ ସଂଙ୍କେତ ଆଇଟିଆଇ ଓ ବିଜିନେସ ମ୍ୟାନେଜମେଣ୍ଟ ସ୍କୁଲର ବାର୍ଷିକୋତ୍ସବ ବେଶ୍ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି।ସଙ୍କେତ ଗ୍ରୁପ ପ୍ରତିଷ୍ଠାତା ବଦ୍ରିନାରାୟଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ରେଭେନସା ବିଶ୍ଵବିଦ୍ୟାଳୟ ଓଡିଆ ବିଭାଗ ଅଧ୍ୟାପକ ଡାକ୍ତର ତ୍ରିଲୋଚନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏ ଅଞ୍ଚଳରେ ସଂକେତ ଆଇ ଟି ଆଇ ବେଶ୍ ସୁନାମ ଅର୍ଜନ କରିପାରିଛି । ଶିକ୍ଷାର୍ଥୀ ମାନଙ୍କ ଭବିଷ୍ଯତ ଗଢିବାରେ ଏହା ଏକ ପାହାଚ ସଦୃଶ ହୋଇଛି ଓ ଅନେକ ଛାତ୍ର ମାନଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି। ଅନ୍ୟପକ୍ଷରେ ଏ ଅଞ୍ଚଳର ବୁଦ୍ଧିଜିବୀ ମାନଙ୍କ ସାମୁହିକ ଉଦ୍ୟମ ରହିଲେ ଏହି ଶିକ୍ଷାନୁଷ୍ଠାନ ଦିନେ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗତସିଂହପୁରର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ଶିବାନୀ ଭଟ୍ଟାଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରୀଛାତ୍ରଙ୍କୁ ନିରୋଗୀ ରହିବା ପାଇଁ ଶାରୀରିକ ପରିଶ୍ରମ ଓ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାର ଏହା ଏକ ମାଧ୍ୟମ। ଅନ୍ୟତମ ଅତିଥି ଭାବେ ବ୍ଲକ ମିଶନ ଶକ୍ତି ବିପିସି ଶଶାଙ୍କ ଶେଖର ସ୍ବାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ତ୍ତବ୍ୟ କରି ଚାଲିଲେ ଲକ୍ଷ ସ୍ଥଳରେ ପହଞ୍ଚିବା ଏହା ଏକ ଘରର କବାଟ ସଦୃଶ ଭାବେ ଠିଆ ହୋଇ ପାରିଛି। ଏହି ଅବସରରେ ଶିକ୍ଷାବିତ ବିଶ୍ୱଜିତ ବେହେରା, ସାମାଜିକ କର୍ମୀ ରମାକାନ୍ତ ଦାସ ଓ ଏହି ଶିକ୍ଷାନୁଷ୍ଠାନ ରୁ ଉତ୍ତୀର୍ଣ୍ଣ ହୋଇ ଟାଟା ଷ୍ଟିଲ କମ୍ପାନୀରେ ନିଯୁକ୍ତି ପାଇଥିବା ସୁରଜ ରଞ୍ଜନ ରାଉତଙ୍କୁ ସମ୍ମାନୀତ କରାଯାଇଥିଲା। ଏହାଛଡା କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୩୭ ଜଣ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଇ ଟି ଆଇ ଅଧକ୍ଷ ରଞ୍ଜିତ କୁମାର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଏକାଡେମୀକ ଡାଇରେକ୍ଟର ସନତ ମହାନ୍ତି ସ୍ଵାଗତ ଭାଷଣ ଓ ବିଜିନେସ ମ୍ୟାନେଜମେଣ୍ଟ ସ୍କୁଲର ଅଧକ୍ଷ ସତ୍ୟଦିପ ବିଶ୍ବାଳ ଧନ୍ୟବାଦ ଦେଇଥିଲେ। ଏହି ଅନୁଷ୍ଠାନର ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିବାବେଳେ ଆଲୋକ ରଂଜନ ଦାଶ ବିବରଣୀ ପଠନ ସହ କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ଅଭିଭାବକ,ଛାତ୍ରୀଛାତ୍ର ଓ ସ୍ଥାନୀୟ ଜନସାଧାରଣ ବି ଉପସ୍ଥିତ ଥିଲେ।
