*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ, ତୃତୀୟ ଲିଙ୍ଗୀଙ୍କ ଆଇନଗତ ଅଧିକାର, ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର କୃତ୍ରିମ ବୁଦ୍ଧିମତ୍ତା ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସଫ୍ଟୱେର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ବିଭିନ୍ନ ଆଇନ ସଚେତନା ଶିବିର* ନୂଆପଡା (ମିଖାଏଲ ନନ୍ଦ)
ତା:୩୦.୦୧.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସୁନୁସୁନିଆ ସ୍ଥିତ ମହାମାୟା ଆଇନ ମହାବିଦ୍ୟାଳୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ, ତୃତୀୟ ଲିଙ୍ଗୀଙ୍କ ଆଇନଗତ ଅଧିକାର, ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର କୃତ୍ରିମ ବୁଦ୍ଧିମତ୍ତା ଏବଂ ସୁପ୍ରିମ କୋର୍ଟଙ୍କ ସୁଭାସ ସଫ୍ଟୱେର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୦, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ଆଇନ, ୨୦୦୭ ଏବଂ ଦେୱାନୀ ପ୍ରଣାଳୀରେ ମଧ୍ୟସ୍ଥତା ଆଇନ, ୨୦୦୭ ସମ୍ବନ୍ଧରେ ଏକ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଏଚ୍ଆରପିସି ଉପ ଆରକ୍ଷୀ ଅଧିକ୍ଷକ ମେର୍ସି ରାଣୀ ପୂର୍ତ୍ତି, ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୀଲ କୁମାର ତାଣ୍ଡି, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଅଧିକର ମିତ୍ରଗଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ, ତୃତୀୟ ଲିଙ୍ଗୀଙ୍କ ଆଇନଗତ ଅଧିକାର, ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସୋଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦକରି ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ପାରିଲେ ଜନସାଧାରଣ ସରଳ ଭାବରେ ବୁଝିପାରିବେ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୦ ଦ୍ବାରା ଆଭାସୀ ମାଧ୍ୟମରେ ନ୍ୟାୟାଳୟରେ ସାକ୍ଷ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ହେଉଥିବାରୁ ମାମଲା ଗୁଡ଼ିକର ଶୀଘ୍ର ତଥା ସରଳ ଉପାୟରେ ସମାଧାନ ହୋଇପାରୁଛି ବୋଲି ଆଲୋକପାତ କରିଥିଲେ । ପ୍ରାଧିକରଣର ସଚିବ ସୁଶ୍ରୀ ଦାଶ ବିକଳ୍ପ ବିବାଦ ସମାଧାନ ପ୍ରଣାଳୀ ଓ ମଧ୍ୟସ୍ଥତା ମାଧ୍ୟମରେ ନିଜର ବହୁଦିନର ମାମଲାଗୁଡିକର ଆପୋଷ ବୁଝାମଣା ଓ ସରଳ ଉପାୟରେ ସମାଧାନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ସଭା ପ୍ରାରମ୍ଭରେ ଆଜି ପାଳିତ ହେଉଥିବା ଜାତୀୟ ଶହୀଦ ଦିବସ ଉପଲକ୍ଷେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଶହୀଦମାନଙ୍କ ସ୍ମୃତିରେ ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
