ପୌରପାଳିକା କାର୍ଯ୍ୟାଳୟରେ ପାରିଷଦଙ୍କ ଧାରଣା
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)- ସୋର ପୌରପାଳିକା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ୱାର୍ଡର ପାରିଷଦ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ପୌରପାଳିକା କାର୍ଯ୍ୟାଳୟରେ ଅସହଯୋଗ ଅଭିଯୋଗ ସହ ଚାରିଦଫା ଦାବି ଯଥା- ଦୀର୍ଘ ୩ ମାସ ହେଲା ପାରିଷଦ ବୈଠକ ହୋଇନାହିଁ, ଟେଣ୍ଟର ପ୍ରକ୍ରିୟାରେ ଅହେତୁକ ବିଳମ୍ବ, କାର୍ଯ୍ୟାଦେଶ ପ୍ରଦାନରେ ବିଳମ୍ବ ଏବଂ ରାସ୍ତାରେ ଆଲୋକର ଅବ୍ୟବସ୍ଥା ନେଇ ଏହି ଧାରଣା ଦିଆଯାଇଥିଲା। ଆଗାମୀ ସାତଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ୫ ତାରିଖରୁ ଆନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ପରିଷଦ ମାନେ ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି।
