ସୋର ତହସିଲ ପକ୍ଷରୁ ମାରାଥାନ ଜବରଦଖଲ ଉଚ୍ଛେଦ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)- ସୋର ତହସିଲ ପକ୍ଷରୁ ସରକାରୀ ଜାଗାରେ ମାରାଥାନ ଜବରଦଖଲ । ସରକାର ଜମି ଜବରଦଖଲ କରି ରହିଥିବା ୧୨ଟି ଘରକୁ ଭଙ୍ଗା ଯାଇଛି। ସୂଚନା ମୁତାବକ ସୋର ବ୍ଲକ ମଧୁସୁଦନପୁର ପଞ୍ଚାୟତ ମଧୁସୁଦନପୁର ଗ୍ରାମରେ ଥିବା ସରକାରୀ ଜାଗାରେ ଦୀର୍ଘଦିନ ଧରି ଲୋକେ ଘର କରି ରହୁଥିଲେ। ଏନେଇ ସ୍ଥାନୀୟ ଲୋକେ ସୋର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲା ପ୍ରଶାସନ ନିର୍ଦେଶରେ ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ସୋର ପୁଲିସ ସହଯୋଗରେ ଏହି ଗ୍ରାମରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିଥିଲେ। ଏହି ସମୟରେ ୧୨ଟି ଘରକୁ ଭଙ୍ଗା ଯାଇଥିଲା। ଆଗାମୀ ଦିନରେ ସରକାରୀ ଜାଗାରେ ହୋଇଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ମଲ୍ଲିକ କହିଛନ୍ତି।
