ସାରସ୍ୱତ ମହାବିଦ୍ୟାଳୟରେ ୪୮ତମ ବାର୍ଷିକ ଉତ୍ସବ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) ::: ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ସାରସ୍ଵତ ମହାବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟ ଅଧକ୍ଷ ଡ଼ ଡମ୍ବରୁଧର ଭୋଳ ସଭାପତିତ୍ବ କରିଥିଲେ, ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଅଧକ୍ଷ ଭାଗିରଥି ପଲେଇ, ମୁଖ୍ୟ ବକ୍ତା ବ୍ୟଙ୍ଗ କବି ତଥା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଶ୍ରୀଯୁକ୍ତ ସନ୍ୟାସୀ ପାତ୍ର ଏବଂ ଉପଦେଷ୍ଟା ଭାବରେ ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଅଜୟ କୁମାର ପରିଡ଼ା ଯୋଗଦାନ କରିଥିଲେ। ଶ୍ରୀଯୁକ୍ତ ରାଜାରାମ ମଲ୍ଲିକ ସ୍ବାଗତ ଭାଷଣ ପୂବକ ଅତିଥି ପରିଚୟ ଏବଂ ମଞ୍ଚ ଆହ୍ବାନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଡ଼. ଭୋଳ ଛାତ୍ର ଛାତ୍ରୀମାନେ କିଭଳି ଭବିଷ୍ୟତରେ ନିଜକୁ ଭଲ ମଣିଷ ଭାବରେ ଗଢି ତୋଳିବେ ତାହା ବିଷୟରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ଅଜୟ କୁମାର ପରିଡ଼ା ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ଭାଗିରଥି ପଲେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜଳ ବିଷୟରେ ଭାଷଣ ଦେଇଥିଲେ। ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଯଥା ବ୍ୟଙ୍ଗ କବି ଶ୍ରୀଯୁକ୍ତ ସନ୍ୟାସୀ ପାତ୍ର ତାଙ୍କର ହାସ୍ୟ ବିଷୟରେ ଉଦବୋଧନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମନୋରଞ୍ଜନ କରାଇଥିଲେ। ଏହି ବାର୍ଷିକ ଉସବ ରେ ସାଂସ୍କୃତିକ ଟିମର ସଦସ୍ୟ ଶ୍ରୀଯୁକ୍ତ କ୍ଷିତିସ ଜେନା, ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା, କ୍ଷମାସାଗର ବେହେରା, ଶ୍ରୀଯୁକ୍ତ ଗୋପୀନାଥ ଦାଶ, ଦେବିପ୍ରଭା ହାତୀ, ଅନିନ୍ଦିତା ମହାନ୍ତି, ତନ୍ମୟୀ ଜେନା, ମାନସୀ ଦାସ, ଆଦ୍ୟାସା ଦାସ, ଦେବପ୍ରସାଦ ରାଉତ ଏବଂ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। ସମସ୍ତ ପ୍ରତିଯୋଗିତା ରେ କୁର୍ତି ଅର୍ଜନ କରିଥିବା ପିଲାଙ୍କୁ ଟ୍ରଫି ଏବଂ ବିଭାଗର ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ । ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ବାର୍ଷିକ ଉତ୍ସବରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।ସର୍ବଶେଷରେ ଅଧ୍ୟାପିକା ଦେବିପ୍ରଭା ହାତୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
