ଉପେନ୍ଦ୍ର ନାଥ ମହାବିଦ୍ୟାଳୟରେ ଗଣିତ ବିଭାଗର ଜାତୀୟ ପାଠଚକ୍ର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଗଣିତ ବିଭାଗ ତରଫରୁ “ହାଇ-ରିଜ୍ୟୁଲେସନ୍ ୱେଦର ଫୋରକାଷ୍ଟିଂ: ଦି ମେଥିମେଟିକାଲ ଫାଉଣ୍ଡେସନ ଫର୍ ଆର୍ଲି ୱାର୍ନିଂ ସିଷ୍ଟମ ଆଣ୍ଡ ଏଆଇ ଡିପାଟେମେଣ୍ଟ” ଶୀର୍ଷକ କୁ ନେଇ ଏକ ଜାତୀୟ ପାଠଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଡ. ଅଶୋକ କୁମାର ପଣ୍ଡା ଏବଂ ସମ୍ମାନିତ ବକ୍ତା ଭାବେ ଡ. ଶ୍ରୀଧର ନାୟକ ଯୋଗଦେଇ ପାଣିପାଗ ଆଗୁଆ ସୂଚନା ପ୍ରଦାନରେ ଗାଣିତିକ ଫାଉଣ୍ଡେସନ୍ ଏବଂ କୃତ୍ରିମ ବୁଦ୍ଧିମତା ବିଭାଗର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗୀୟ ଅଧ୍ୟାପିକା ତଥା ପରିଚାଳନା ସଂପାଦକ ମମତାରାଣୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ମାନସ ରଂଜନ ପଣ୍ଡା ବିଷୟବସ୍ତୁ ସମ୍ବନ୍ଧିତ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ବିଭାଗୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ଅଧ୍ୟାପିକା ମମତାରାଣୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
