
ପ
ଭଦ୍ରକ .. (ସୀତାକାନ୍ତ ବିଶ୍ୱାଳ )ଏହି.ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ଆଦର୍ଶ ଶିକ୍ଷକ ,ଦରଦୀ ମଣିଷ ତଥା ଧାମନଗର ର ବିକାଶ ପୁରୁଷ ପୂର୍ବତନ ନଗର ଉନ୍ନୟନ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଜଗନ୍ନାଥ ରାଉତ ଙ୍କ ପଞ୍ଚମ ଶ୍ରାଦ୍ଧ ଦିବସ ଓ ସ୍ମୃତି ଚାରଣ ସଭା ଧାମନଗର ଏନେଶି କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି।ଏହି ସ୍ମୃତି ଚାରଣ ସଭାରେ ଧାମନଗର ତଥା ଭଦ୍ରକ ଜିଲ୍ଲାର ବହୁ ଜ୍ଞାନୀ ଗୁଣୀ ଓ ବିଦ୍ୱାନ ବ୍ୟକ୍ତି ମାନେ ଯୋଗ ଦେଇ ସ୍ବର୍ଗତ ରାଉତ ଦୁଇଥର ମନ୍ତ୍ରୀ ଥିବାବେଳେ ଧାମନଗର ପାଇଁ କରିଥିବା ଲୋକ ହିତକର କାର୍ଯ୍ୟ ଓ ଧାମନଗର ର ଉନ୍ନତି ର କିପରି ସୂତ୍ରଧର ସାଜିଥିଲେ ତାହା ଆଜିର ଯୁବ ପିଢ଼ିକୁ ଅବଗତ କରାଇଥିଲେ।ଏହି ସ୍ମୃତି ଚାରଣ ସଭାଟିକୁ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଭଦ୍ରକ ଜିଲ୍ଲାର ପୂର୍ବତନ ସାଂସଦ ମୂରଲୀଧର ଯେନା,ବାସୁଦେବପୁର ର ବିଧାୟକ ଶ୍ରୀଯୁକ୍ତ ଅଶୋକ ଦାସ,ଭଦ୍ରକ ମ୍ୟୁନିସିପାଲଟି ଚେୟାର ମେନ ଗୁଲ ମକ୍କି ହବିବ ,ଭଦ୍ରକ ନିର୍ବାଚନ ମଣ୍ଡଳୀର ନେତା ଅସିତ୍ ପଟ୍ଟନାୟକ ,ଧାମନଗର ର ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଅଶୋକ ନାୟକ ପୂର୍ବତନ କଂଗ୍ରେସ ନେତା ବିଦ୍ୟାଧର ଜେନା,ହୃଦାନନ୍ଦ ସେଠୀ ଓ ଆଇନ ଯିବି ଦେବାଶିଷ ସାମଲ ପ୍ରମୁଖ ଯୋଗଦାନ କରିଥିଲେ।ଏହି ସ୍ମୃତି ଚାରଣ ସଭାରେ ସ୍ବର୍ଗତ ରାଉତ ଙ୍କ ସହଧର୍ମିଣୀ ଡକ୍ଟର ବାସନ୍ତୀ ରାଉତ,ପୁତ୍ର ଅଭିଷେକ ରାଉତ ଓ ପୁତ୍ରବଧୂ ଦୀପିକା ରାଉତ ଉପସ୍ଥିତ ଥିଲେ।ଭଦ୍ରକ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ ଭଞ୍ଜ ଦୂତ।