ବର୍ତ୍ତୀ ସ୍ଥିତ ହରିକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୦୨ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ l
ରଘୁନାଥପୁର(ନି.ପ୍ର): ବର୍ତ୍ତି ସ୍ଥିତ ସରକାରୀ ହରିକୃଷ୍ନ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୨ ମସିହା ମାଟ୍ରିକ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ଦିର୍ଘ ୨୪ ବର୍ଷ ତଳ ର ସ୍ମୃତି କୁ ମନେପକାଇ ଏକ ବନ୍ଧୁମିଳନ ଉତ୍ସବ ପାଳନ କରିଥିଲେ l ଏହି ମିଳନ କାର୍ଯ୍ୟକ୍ରମ ଯେତିକି ଆନନ୍ଦର ବାତାବରଣ ସୃଷ୍ଟି କରିଥିଲା ତାଠୁ ବେଶି ଗୁରୁ ଶିଷ୍ୟ ପରମ୍ପରାର ନିଛକ ଉଦାହରଣ ଦେଖାଇ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ସମୟରେ ପାଠ ପଢାଉଥିବା ଗୁରୁ ଏବଂ ଗୁରୁମା’ ମାନଙ୍କୁ ସହୃଦୟେ ଆମନ୍ତ୍ରିତ କରି ଏକ ଗୁରୁ ସମ୍ମାନ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। ଏଥି ନିମନ୍ତେ ବିଦ୍ୟାଳୟ ପରିସର ରେ ଏକ ସାଧାରଣ ସଭା କରାଯାଇ ବର୍ତ୍ତମାନ ସମାଜ କୁ ଗୁରୁ ଶିଷ୍ୟ ପରମ୍ପରା ଠୁ ଦୂରେଇ ଦେଇ ଯେଉଁ ଉଦ୍ୟମ ସବୁ କରାଯାଇଛି ତାହା ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖରାପ ମାର୍ଗ ପ୍ରଦର୍ଶନ କରୁଛି l ଏଥିପାଇଁ ଗଣଶିକ୍ଷା ବିଭାଗ ଶୃଙ୍ଖଳିତ ଶିକ୍ଷା, ଆଦର୍ଶ ଏବଂ ଗୁରୁ- ଶିଷ୍ୟ ପବିତ୍ର ସମ୍ପର୍କ କୁ ବଜାୟ ରଖି ନୂତନ ଆଇନ୍ ପ୍ରଣୟନ କରିବାକୁ ଦାବି ଜଣାଇଥିଲେ l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଭୟ ପରିଡ଼ା ଙ୍କ ସଭାପତିତ୍ବ ରେ ଏହି ସଭା କାର୍ଯ୍ୟ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ରଛାତ୍ରୀ ବୟସ ର ଶୀର୍ଷ ଭାଗ ରେ ପହଞ୍ଚିଥିବା ବେଳେ ସେମାନଙ୍କୁ ପାଠ ପଢାଉଥିବା ଗୁରୁମାନଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଓ ପୁରୁଣା କଥା ସବୁ ମନେ ପକାଇ ପାରୁଥିଲେ l ଏହି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବୈରାଗୀ ସାହୁ, ଆର୍ତ୍ତବନ୍ଧୁ ନାୟକ,ପ୍ରଶାନ୍ତ କୁମାର ଦାସ, ଅଶୋକ ପଟ୍ଟନାୟକ, ରିତା ରାଉତ, କାଙ୍ଗାଳି ଚରଣ ପରିଡା, ଶ୍ରୀକାନ୍ତ ପଟ୍ଟନାୟ ଓ ବର୍ତ୍ତମାନର ପ୍ରଧାନ ଶିକ୍ଷକ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ୨୦୦୨ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରିତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଆଶୀର୍ବାଦ ଦେଇ ସାଧୁବାଦ୍ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷ ପରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ମାନେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ l
