ରଘୁନାଥପୁର ବ୍ଲକ ର ବିଭିନ୍ନ କାର୍ଯ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି। ରଘୁନାଥପୁର ବ୍ଲକ ପରିସର ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ବେହେରା, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରା ଓ ସମସ୍ତ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ରଘୁନାଥପୁର ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟାଳୟରେ ନ୍ୟାୟାଧିପତି ଶ୍ରୀମତି ସସ୍ମିତା ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଆଇନଜିବୀ ଗଗନ ଚନ୍ଦ୍ର ଦାସ, ଅନୀଲ ଖଟୁଆ, ପ୍ରଦୀପ କୁମାର ବିହାରୀ, ସତ୍ୟବ୍ରତ ପଣ୍ଡା ଓ ଶୁଭେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ନ୍ୟାୟାଳୟ କର୍ମଚାରି ବି ଉପସ୍ଥିତଥିଲେ। ତହସିଲ କାର୍ଯ୍ଯାଳୟ ରେ ତହସିଲଦାର ରାଜଲକ୍ଷ୍ମୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ କର୍ମଚାରୀମାନେ ବି ଉପସ୍ଥିତ ଥିଲେ । ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୁକାନ୍ତ କୁମାର ଦଳାଇ, ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ଯାଳୟରେ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ ଓ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଚିନ୍ମୟ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ କର୍ମଚାରୀ ମାନେ ବି ଉପସ୍ଥିତ ଥିଲେ। ରଘୁନାଥପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାମାଜିକ କାର୍ଯ୍ୟାଳୟ ଗୁଡ଼ିକରେ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଇଛି।
