.ସ୍ଵପ୍ନେଶ୍ଵର ବିଦ୍ୟାମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳନ l
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ସ୍ଵପ୍ନେଶ୍ଵର ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ ଜାତୀୟ ପତାକା ଉତ୍ତୋଳନ କରିସାରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜାତି ଓ ଦେଶ ସେବା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ପ୍ରଭାତରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ପ୍ରଭାତ ଫେରି କରାଯାଇ ଭାରତ ମାତାକୀ ଜୟ ସ୍ଲୋଗାନରେ ଗାଁ ଦାଣ୍ଡ କୁ ପ୍ରକମ୍ପିତ କରିପକାଇଥିଲା । ସାଧାରଣତନ୍ତ୍ର ଦିବସରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳନ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ଖଟୁଆ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଓ ପୁରସ୍କୃତ ଛାତ୍ରଛାତ୍ରୀ ମାନଙ୍କୁ ସିଲ ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏହି ସବୁ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ସୁଧାକର ରାଉତରାୟ, ବିଜୟ କୁମାର ନାୟକ, ସ୍ମୃତିରଞ୍ଜନ ଭୁୟାଁ, ରାଜେନ୍ଦ୍ର ନାଥ ନାୟକ, ପ୍ରଜ୍ଞାମୟି ମହାପାତ୍ର, ରୁଦ୍ର ମାଧବ ଗାୟତ୍ରୀ ପତି,ସୁଦର୍ଶନ ପଣ୍ଡା, ପ୍ରଦ୍ୟୁମ୍ନ ପଣ୍ଡା, ଅକ୍ଷୟ କୁମାର ଓଝା ଓ ସ୍ଵାଧୀନ ସେନ୍ ପ୍ରମୁଖ ସହଯୋଗ କରିଥିଲେ।
