ଜଙ୍ଗଲ ଅଗ୍ନି ନିର୍ବାପନ ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ
ଭବାନିପାଟଣା:(କିଶନ ଶର୍ମା)- ୨୭/୧- କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଧର୍ମଗଡ ବନାଞ୍ଚଳର ଆମପାଣି ସେକ୍ସନ୍ ଦ୍ୱାରା ଭାଲୁଚଞ୍ଚରା ଗ୍ରାମଠାରେ ‘ଜଙ୍ଗଲ ଅଗ୍ନି ନିର୍ବାପନ ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନିକଟସ୍ଥ ସାହାଜଖୋଲ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ବିଷୟରେ ଗ୍ରାମବାସୀଙ୍କୁ ଏହାର ଉପକାରୀତା ଓ ଅପକାରୀତା ସମ୍ବନ୍ଧରେ ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର୍ ଦୁର୍ଗା ପ୍ରସାଦ ମିଶ୍ର ବିସ୍ତୃତ ଭାବରେ ବୁଝାଇଥିଲେ ଏବଂ ବନପାଳ ରାଜେନ୍ଦ୍ର କୁମାର ନାଏକ ଜଙ୍ଗଲ ସୁରକ୍ଷା ଉପରେ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ବିକାଶ କର୍ମୀ ତ୍ରିବିକ୍ରମ ନାଏକ, ରାହୁଲ କୁମାର ସେଠୀ ଏବଂ ଫରେଷ୍ଟର ପ୍ରତିକ ରଞ୍ଜନ ସାଗର, ଫରେଷ୍ଟଗାର୍ଡ ସରୋଜ କୁମାର କାଣ୍ଡାମାକା ପ୍ରମୁଖ ସହଯୋଗ କରିଥିଲେ।
