ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ।
ଧର୍ମାନନ୍ଦ ସେଠି ଙ୍କ ସ୍ୱତନ୍ତ୍ର ରିପୋର୍ଟ
କଙ୍କଡ଼ାହାଡ଼ :-
ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ କଙ୍କଡ଼ାହାଡ଼ ବ୍ଲକର ବାମ ପଞ୍ଚାୟତରେ ବିଶ୍ୱ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ନାଏବ ସରପଞ୍ଚ ସମେତ ଗ୍ରାମର ପ୍ରାୟ ୪୫ଜଣ ପୁରୁଷ ଓ ମହିଳା ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା | ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ହୋଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା | ଏହି କାର୍ଯ୍ୟକ୍ରମରେ ପରିଚାଳନା ପ୍ରକଳ୍ପ ସହଯୋଗୀ ତପନ କୁମାର ପାତ୍ର କରିଥିଲେ
