*ବିବେକାନନ୍ଦ ବିଦ୍ୟା ମନ୍ଦିର ରେ 77 ତମ ଗଣତନ୍ତ୍ର ଦିବସ ପାଳିତ*
*ବିକଶିତ ଭାରତ ଗଠନ ପାଇଁ ମହାମାନବ ମାନଙ୍କ ଆଦର୍ଶ ରେ ପିଲାମାନେ ଅନୁପ୍ରାଣିତ ହୁଅନ୍ତୁ -ପର୍ଶୁରାମ ବାରିକ*
ତାଳଚେର :ତା 26/01/2026: ତାଳଚେର ସହର ରେ ଥିବା ବିବେକାନନ୍ଦ ବିଦ୍ୟା ମନ୍ଦିର ରେ 77 ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି |ମୁଖ୍ୟ ଅତିଥି ଭାବେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ |ସ୍କୁଲ ପିଲା ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା |200 ବର୍ଷ ଇଂରେଜ ଶାସନ ର ଅନ୍ତ ଘଟାଇ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ଓ ବଳିଦାନ ଫଳରେ ଆଜି ଆମେ ଯେଉଁ କଷ୍ଟ ଲବ୍ଧ ସ୍ୱାଧୀନତା ପାଇଛେ ଗଣତନ୍ତ୍ର ଦିବସରେ ସେମାନଙ୍କୁ ମନେ ପକାଇ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମୁଖ୍ୟ ଅତିଥି ଶ୍ରୀ ବାରିକ ପ୍ରକାଶ କରିଥିଲେ |ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ବୀର ସାବରକର, ଡ଼ ଭୀମରାଓ ଆମ୍ବେଦକର,ପବିତ୍ର ମୋହନ ପ୍ରଧାନ ଓ ବାଜି ରାଉତ ଭଳି ବହୁ ସ୍ୱାଧୀନତା ସଂଗ୍ରାମୀ ଙ୍କର ଜୀବନୀ କୁ ଅନୁଧ୍ୟାନ କରି ଛାତ୍ର ଛାତ୍ରୀ ମାନେ ନିଜକୁ ସେହିଭଳି ଗଢି ତୋଳିବା ପାଇଁ ପ୍ରୟାସ କରନ୍ତୁ ବୋଲି ସେ କହିଥିଲେ | ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ବିକଶିତ ଭାରତ ଗଠନ ପାଇଁ ଆସନ୍ତୁ ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ବୋଲି ଶ୍ରୀମାନ ବାରିକ ଆହ୍ୱାନ ଦେଇଥିଲେ |ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଶାନ୍ତ ସିଂହ ସାମନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ୟାରେଡ କରାଯାଇଥିଲା |
