ସମାଜ ସେବୀ ଗୋବିନ୍ଦ ଚନ୍ଦ୍ର ପରିଡା ଙ୍କ ତାଙ୍କ ବାସ ଭବନ ସ୍ଥିତ ଏକାଦଶାହ ସ୍ମୃତି ଚାରଣ ସଭା
ଅନୁଷ୍ଠିତ ହୋଇଯାଇଛି
ବିଞ୍ଝାରପୁର/ତା,୨୮/୦୧, (ଭଞ୍ଜଦୂତ :ନିପ୍ର )ସରୋଜ କୁମାର ଧଳ
ଆଜି ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଏକାଦଶାହ ସ୍ମୃତି ଚାରଣ ସଭା ତାଙ୍କ ଅରେଇ ସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଂଝାରପୁର ନିର୍ବାଚନ ମଣ୍ଡଳିର ବିଜେପି ସଭା ନେତ୍ରୀ ଶ୍ରୀମତୀ ବବିତା ମଲିକ, ସଂଯୋଜକ ନିରଞ୍ଜନ ବେହୁରିଆ , ସାଂସଦ ପ୍ରତିନିଧି ପୁରୁଷୋତ୍ତମ ବେହେରା ସମେତ ବିଜେପିର ସମସ୍ତ ମଣ୍ଡଳ ସଭାପତି , ପଞ୍ଚାୟତ ପ୍ରତିନିଧି ଓ ପ୍ରତ୍ୟେକ ପଞ୍ଚାୟତର କାର୍ଯ୍ୟକର୍ତ୍ତା ସ୍ମୃତି ଚାରଣ କରିବା ସହିତ ସ୍ପର୍ଗତ ପରିଡାଙ୍କ ଅମର ଆତ୍ମାର ସଦ୍ଗତି ଏବଂ ସୋକାକୂଳ ପରିବାର ବର୍ଗଙ୍କୁ ବାବା ବରୁଣେଶ୍ଵର ସହାୟକ ହୁଅନ୍ତୁ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଥିଲେ । ଶେଷରେ ମୁଁ ଏତିକି କହିବି ସ୍ପର୍ଗତ ଗୋବିନ୍ଦ ଚନ୍ଦ୍ର ପରିଡା କେବଳ ଅରେଇ ପଞ୍ଚାୟରେ କିମ୍ଵା ବିଂଝାରପୁର ନିର୍ବାଚନ ମଣ୍ଡଳିର ନୁହେଁ ସାରା ଯାଜପୁର ଜିଲାର ଜଣେ ନିର୍ମାୟା, ନିଛଳ, ଦୁଃଖି ରଖିଙ୍କ ଦରଦି ବନ୍ଧୁ ଓ ନିର୍ଭିକ ସର୍ବ ଦଳିୟ ରାଜନେତା , ଜନ ସେବକ ସର୍ବୋପରି ଆରୋଗ୍ୟ ଦେବତା ବାବା ବରୁଣେଶ୍ଵରଙ୍କର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ । ଓଁ ଶାନ୍ତିଃ… ଶାନ୍ତିଃ… ଶାନ୍ତିଃ….
