କୋଟପାଡ଼ ସହିଦ ପାର୍କ ଠାରେ ଭାରତ ମିଡ଼ିଆ ଆସସେସୀୟନ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
କୋଟପାଡ଼
କୋଟପାଡ଼ ଭାରତ ମିଡ଼ିଆ ଆସସେସୀୟନ ସଙ୍ଘ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି,ଆଜି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶ ପାଇଁ ବଳିଦାନ ଦେଇଥିବା କୋଟପାଡ଼ ଅଞ୍ଚଳ ବୀର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ଦେଶ ପାଇଁ ବଳିଦାନ ଦେଇଥିବା ସ୍ମରଣୀୟକୁ ମନେ ପକେଇ ସେମାନଙ୍କ ସାହସକୁ ସଲାମ କରାଯାଇଥିଲା,ଆଜି କାର୍ଯ୍ୟକ୍ରମ ପ୍ରାରମ୍ଭରେ କୋଟପାଡ଼ ଭାରତ ମିଡ଼ିଆ ଆସସେସୀୟନ ସଙ୍ଘ ଆଇନ ଉପଦେଷ୍ଟା ତଥା ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଓ ସଙ୍ଘର ସଭାପତି ଅଜୟ କୁମାର ମିଶ୍ରଙ୍କ କରକମଳରେ ପତାକା ଉତ୍ତୋଳନ କରାଯାଇଥିଲା, ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଜାତୀୟ ପତାକାକୁ ସନ୍ନମାନ ଦିଆଯାଇ ଭାରତ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହୀଦ ମାନଙ୍କୁ ମନେ ପକେଇ ଜୟ ଗାନ କରାଯାଇଥିଲା, ସଙ୍ଘର ଆଇନ ଉପଦେଷ୍ଟା ନିଜ ଅବିଭାଷଣରେ ଭାରତ ମିଡ଼ିଆ ସଙ୍ଘକୁ ଭୁୟସୀ ପ୍ରଶଂସା କରିବା ସହିତ, ଭାରତ ମିଡ଼ିଆ ଆସସେସିୟନ ଜନ୍ମଠାରୁ ନିରପେକ୍ଷ ଖବର ପରିବେଷଣ ଓ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ସହିତ ଲୋକଙ୍କୁ ସହାୟତାକୁ ସୁନ୍ଦର ପଦକ୍ଷେପ ଓ ଆଗାମୀ ଦିନରେ ଜାରିରହୁ ବୋଲି ପ୍ରକାଶ କରିଥିଲେ,ଭାଜପା ଜିଲ୍ଲା ସମ୍ପାଦକ ବିଶ୍ୱ ତ୍ରିପାଠୀ ନିଜ ଭାଷଣରେ ସଙ୍ଘର ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସଙ୍ଘ ଆହୁରି ଆଗକୁ ଯାଇ ଜନସାଧାରଣଙ୍କର ସହାୟତା କରିବା ସହିତ ନିରପେକ୍ଷ ଖବର ପରିବେଷଣ ପାଇଁ ସଙ୍ଘକୁ ଆଭାନ ଦେଇଥିଲେ,ଏହି ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ମିଡ଼ିଆ ଆସସେସୀୟନ ଉପଦେଷ୍ଟା ତଥା କୋଟପାଡ଼ ବିଧାୟକ ରୁପୁ ଭତରା,ଆଇନ ଉପଦେଷ୍ଟା ରାମେଶ୍ୱର ଜେନା,ସଭାପତି ଅଜୟ କୁମାର ମିଶ୍ର,ଉପସଭାପତି ସୁନୀଲ କୁମାର ଦାସ,ସମ୍ପାଦକ ବୀର କିଶୋର ଶର୍ମା,କୋଷାଧକ୍ଷ ସୁଧୀର ବରାଳ,ବିଜୟ କୁମାର ମିଶ୍ର,ସୁଶାନ୍ତ କୁମାର ଦାସ,ଲଳିତେନ୍ଦୁ ରଥ,ତୁଳାରାମ ପୂଜାରୀ,ଅଶ୍ୱିନୀ ପଟ୍ଟନାୟକଙ୍କ ସହିତ ପ୍ରହ୍ଲାଦ ପୂଜାରୀ ଙ୍କ ସହ କୁନି କୁନି ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ
କୋଟପାଡ଼ ରୁ ଅଶ୍ବିନୀ ପଟ୍ଟନାୟକ
