
ଇ ସ୍କୁଲ ପକ୍ଷରୁ ବିଦ୍ୟାଳୟ ସ୍ତରରେ କମ୍ପୁଟର ଶିକ୍ଷା ସୁଯୋଗ
( ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ )
…………………………………………
ଭୁବନେଶ୍ୱର : ଭିଭିନ୍ନ କ୍ଷେତ୍ରରେ ସରକାର ଡିଜିଟାଲିକରଣକୁ ଗୁରୁତ୍ୱ ଦେଉଥିବା ବେଳେ, ଆଜିବି ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ କମ୍ପୁଟରଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ କମ୍ପୁଟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଘୋର ଅଭାବ ଦେଖା ଯାଉଛି। ଫଳରେ ପ୍ରତ୍ୟେକବର୍ଷ ଲକ୍ଷଲକ୍ଷ ଛାତ୍ର ଛାତ୍ରୀ କୋମ୍ପୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଗତ ବିଧାନସଭା ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗରେ ଦୀର୍ଘ ଆଲୋଚନା ହେଇଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି, ରାଜ୍ୟର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ‘ ଆଇ ଇ ସି ଲିମିଟେଡ଼ ‘ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କରେ ଚତୁର୍ଥ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କୁ ସମ୍ପୂର୍ଣ ଦେୟମୁକ୍ତ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବା ସହ ଆନ୍ତର୍ଜାତୀୟ ମାନର ପ୍ରମାଣପତ୍ର ପ୍ରଦାନ କରାଯାଉଅଛି । ଏ ସଂକ୍ରାନ୍ତରେ ଏକ ଆଲୋଚନାଚକ୍ର ଭୁବନେଶ୍ୱର ସ୍ଥିତ ଏଚ ଏଚ ଆଇ ହୋଟେଲ ଠାରେ ଆୟୋଜିତ ହେଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ, ରାଜନେତା ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଆଇ ଇ ସି ଲିମିଟେଡ଼ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାକେଶ କୁମାର ମହାନ୍ତି ବକ୍ତବ୍ୟ ଦେଇ ଆହ୍ୱାନ ଦେଇ ଥିଲେ ଯେ – ” ଚତୁର୍ଥରୁ ଦଶମ ଯାଏ
କମ୍ପୁଟର ଶିକ୍ଷାକୁ ଭୟ ନଥାଏ।”
ବାସ୍ତବିକ ସ୍ମାର୍ଟ ଯୁଗର ଛାତ୍ର ଛାତ୍ରୀମାନଙ୍କୁ ଆହୁରି ସ୍ମାର୍ଟ କରିବା ପାଇଁ ବ୍ୟାବହାରିକ କମ୍ପ୍ୟୁଟର ଶିକ୍ଷାପ୍ରଦାନକୁ ଏକ ମିଶନ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ଆଇ ଇ ସି ପକ୍ଷରୁ ଏକ କମ୍ପୁଟର ଟିଚର ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରାଯାଇଛି। ଯେଉଁଠି ଆଶାୟୀ କମ୍ପୁଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉନ୍ନତମାନର ଟ୍ରେନିଂ, କମ୍ପୁଟର ଲାବ ଓ ନିଯୁକ୍ତି ସାହାୟତା ପ୍ରଦାନ କରାଯିବ। ଆଗକୁ ମଧ୍ୟ ଏସିଟିଟି ସହଯୋଗରେ ତ୍ରୟ ମାସିକ ବୈଷୟିକ କୋର୍ସ ଶିକ୍ଷା ପ୍ରଦାନ କରାଯିବ। ଏଠାରେ ପ୍ରକାଶ ଥାଉଯେ ଆଇଇସି ଲିମିଟେଡ଼ ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ‘ ଇ ସ୍କୁଲ ‘ ମାଧ୍ୟମରେ କଟକ ଜିଲାର ବହୁ ବିଦ୍ୟାଳୟ ମାନଙ୍କରେ ସଫଳତାର ସହ ପରିଚାଳିତ ହୋଇ, ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସିତ ହେଇଛି।