
କଣ୍ଟାମାଳ:- କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମକଡ଼ିଆପଦର ଗ୍ରାମର ପ୍ରମୋଦ କୁମାର ପାତ୍ରଙ୍କ ସୁକନ୍ୟା ଶୁଭଶ୍ରୀ ପାତ୍ର ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ବିଭାଗରେ ପରାସ୍ନାତକ ତଥା ଆଚାର୍ଯ୍ୟରେ ପ୍ରଥମ ସ୍ଥାନ ଅଧିକାର ପୂର୍ବକ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି l ଭାରତର ଆଦି ଭାଷା ସଂସ୍କୃତରେ ଶୁଭଶ୍ରୀଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଦେଇଛି l ସେ ସୋନପୁର ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଥିଲେ l ଶୁଭଶ୍ରୀଙ୍କ ଉକ୍ତ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l