*ଓଡ଼ିଶା ରୁ ତିନି ଜଣ ପାଇବେ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମଶ୍ରୀ, ସିମଞ୍ଚଲ୍ ପାତ୍ରୋ , ଚରଣ ହେମ୍ରମ ଏବଂ ମହେନ୍ଦ୍ର କୁମାର ମିଶ୍ର, *ନୂଆପଡ଼ା ଜିଲ୍ଲା ସିନାପାଲି ନିବାସୀ ଭାଷାବିତ୍ ଓ ସୁସାହିତିକ୍ ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମ ଶ୍ରୀ ସମ୍ମାନ ୨୦୨୬* ନୂଆପଡା (ମିଖାଏଲ ନନ୍ଦ)
ତା:୨୫.୦୧.
ଓଡ଼ିଶା ରୁ ତିନି ଜଣ ପାଇବେ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମଶ୍ରୀ, ସିମଞ୍ଚଲ୍ ପାତ୍ରୋ , ଚରଣ ହେମ୍ରମ ଏବଂ ମହେନ୍ଦ୍ର କୁମାର ମିଶ୍ର,ନୂଆପଡ଼ା ଜିଲ୍ଲା ସିନାପାଲି ନିବାସୀ ଭାଷାବିତ୍ ସୁସାହିତିକ୍ ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମ ଶ୍ରୀ ସମ୍ମାନ ୨୦୨୬ ସମ୍ମାନିତ ହେବା ପାଇଁ ତାଙ୍କ ନାମ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ପାଇଁ ତାଙ୍କ ନାମ ସୁପାରିଶ ହୋଇଥିଲେ। ତାଙ୍କୁ ଏହି ସମ୍ମାନ ପ୍ରଦାନ ଖବର ପ୍ରସାରିତ ହେବା ବେଳେ ଜିଲ୍ଲା ରେ ଖୁସିର ଖବର ଖେଳି ଯାଇଅଛି। ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ହେଇଥିବା ବେଳେ ସେ ଅଞ୍ଚଳ ରେ ଆଦିବାସୀ ଶିକ୍ଷା, ଭାଷା,ସାହିତ୍ୟ, ସଂସ୍କୃତି ଲୋକ ପରମ୍ପରା ଉପରେ କାର୍ଯ୍ୟ କରୁଛନ୍ତି। ଶିକ୍ଷା କ୍ଷେତ୍ର ରେ ଅନେକ ଅବଦାନ ଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ ରେ ଶିକ୍ଷା ବିଭାଗ ରେ କାର୍ଯ୍ୟ କରି ଅନେକ ସୁନାମ ଆଣିଛନ୍ତି। ବର୍ତ୍ତମାନ ଭାଷା ସାହିତ୍ୟ ପାଇଁ ଅନେକ ଥର ବିଦେଶ ଗସ୍ତ କରି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ସିନାପାଲି ଅଞ୍ଚଳ ରେ ଜନ୍ମ ହୋଇ ଶିକ୍ଷା ଲାଭ ପରେ ଶିକ୍ଷା ର ବିକାଶ ପାଇଁ କାର୍ଯ୍ୟ କରିଥିଲେ।
