ତା-୨୫/୧/୨୬
ବିଞ୍ଝାରପୁର
ଭଞ୍ଜଦୂତ(ନି.ପ୍ର)
ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା*
ଆଧ୍ୟାତ୍ମିକ ଚେତନା ମଣିଷର ଏକ ଅଭିଛେଦ୍ୟ ଅଙ୍ଗ ଭଳି| ଆଧ୍ୟାତ୍ମିକତାର ମହତ୍ୱ ବିଜ୍ଞାନ ସଂଗତ ବୋଲି ବହୁ ବାର ପ୍ରମାଣିତ ମଧ୍ୟ ହୋଇଛି।ସମଗ୍ର ବିଶ୍ୱରେ ଶାନ୍ତି ମୈତ୍ରୀ ସ୍ଥାପନ କରିବାରେ ଏକମାତ୍ର ମାଧ୍ୟମ ହେଉଛି ଆଧ୍ୟାତ୍ମିକ, ଯାହା ଆମ ଦେଶ ବାହାର ଲୋକେ ମଧ୍ୟ ଅନୁଭବ କରିବା ସହ ସନାତନ ବା ହିନ୍ଦୁ ଧର୍ମରେ ଆଧ୍ୟାତ୍ମିକ ଚେତନା ପ୍ରଚାର ପ୍ରସାର ଲାଗି ଚେଷ୍ଟିତ| ବିଂଝାରପୁର ବ୍ଲକ ଅନ୍ତଗତ ଆଉଁରୀ ପଞ୍ଚାୟତ ର ବାଇଟାଙ୍ଗୀ ଠାରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି| ଏହି ପରିପ୍ରେକ୍ଷୀରେ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି| ଶନିବାର ସିଂହପୁର ଗାୟତ୍ରୀ ମନ୍ଦିର ଟ୍ରଷ୍ଟର ବ୍ୟବସ୍ଥାପକ ଆଶିଷ ରଞ୍ଜନ ପ୍ରଧାନ, ଭଦ୍ରକର ଗାୟତ୍ରୀ ଚେତନା ସଙ୍ଘର ମଇନା ଦିଦିଙ୍କ ଉପସ୍ଥିତିରେ ମହା ଯଜ୍ଞ ଆରମ୍ଭ ହୋଇଛି| କାମଦେବ ବେହେରା ଓ ଚମ୍ପାବତୀ ବେହେରା କର୍ତ୍ତା ଭାବେ ଥିବା ବେଳେ ଗ୍ରାମର ଆନନ୍ଦ ସେଠୀ, ବାଇଧର ସେଠୀ, ଉପେନ୍ଦ୍ର ବେହେରା, ନାରାୟଣ ସେଠୀ ପରିଚାଳନା ଦାୟିତ୍ଵ ଭାର ନେଇଥିବା ବେଳେ ଆବାଳ ବୃଦ୍ଧ ବନୀତା ଏହି ଗାୟତ୍ରୀ ଚେତନା ଭଳି ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜାଇଦେଇଥିଲେ | ଗ୍ରାମବାସୀ ମାନେ ଏହି ୩ ଦିନ ଧରି ପ୍ରସାଦ କରିଥିଲେ. ଏହାଦ୍ବାରା ଗ୍ରାମ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା.ବାଇଟାଙ୍ଗୀ, ବଳଭଦ୍ରପୁର, ମାଟିଆକଣ, ଆଦି ଗ୍ରାମର ଶ୍ରଦ୍ଧାଳୁ ମାନେ ସହଯୋଗ କରିଥିଲେ |
