ସରସ୍ଵତୀ ପୂଜା ଉପଲକ୍ଷେ ବ୍ରହ୍ମପୁର ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ।
ସୋର (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋର ବ୍ଲକ ସାଜନପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମ ର ୱାଇ ଏସ୍ ବି ଏସ (YSBS ) ଯୁବକ ସଂଘ ତରଫରୁ ୨୫ ତମ ବାର୍ଷିକ ଉତ୍ସବ ତଥା ସରସ୍ଵତୀ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ତାପସ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମାଧବ ଧଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋର ବ୍ଳକ ଚେୟାର ମ୍ୟାନ ଅନୁସୟା ମଲ୍ଲିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଦର୍ଶ ଯୁବ ପରିଷଦ ର ସଭାପତି ଶ୍ରୀଯୁକ୍ତ ପୃଥି ରଞ୍ଜନ ବେହେରା ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଞ୍ଜଦୂତ ଖବର ର ସୋର ପ୍ରତିନିଧି ଜ୍ୟୋତି ପ୍ରକାଶ ଦୀକ୍ଷିତ ଯୋଗ ଦେଇ କ୍ଲବ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ୱାଇ ଏସ୍ ବି ଏସ କ୍ଲବ ର ସହଯୋଗୀ ବ୍ରଜ ସୁନ୍ଦର ସାହୁ ଏବଂ ଗ୍ରାମର ମୁଖ୍ୟ ପ୍ରମୋଦ ବେହେରା ଙ୍କ ସମେତ କ୍ଲବ ର ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ପ୍ରଶ୍ନଜିତ୍ ସାହୁ, ସମ୍ପାଦକ ଭାବେ ଆଦିତ୍ୟ ପ୍ରସାଦ ବେହେରା , ଉମେଶ ଯେନା, ଭରତ ସାହୁ, ସୂରଜ ସାହୁ, ବସନ୍ତ ରାଓଳ, ରଞ୍ଜିତ ସାହୁ , ସାଜନ ସାହୁ ପ୍ରମୁଖ ସହଯୋଗୀ କରିଥିଲେ।
