ଆସନ୍ତା ଜାନୁଆରୀ 25 ରେ ଘଣ୍ଟପଡ଼ା ଓଭର ବ୍ରିଜ କୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
(ବିଜେପି ର ବ୍ୟାପକ ପ୍ରସ୍ତ୍ରତି )
ତାଳଚେର ତାଳଚେର ର ମୁଖ୍ୟ ସମସ୍ୟା ଘଣ୍ଟପଡ଼ା ସ୍ଥିତ ରେଲୱେ ଓଭର ବ୍ରିଜ ର ଉଦଘାଟନ ହେବା ପାଇଁ ଯାଉଛି | ହାଣ୍ଡିଧୂଆଁ ରୁ ଏଫସିଆଇ ରାସ୍ତାରେ ରେଲୱେ ଲେବଲ କ୍ରସିଂ ଥିବା ହେତୁ ଦିନକୁ ଆଠ ରୁ ଦଶ ଘଣ୍ଟା ପର୍ଯ୍ୟନ୍ତ ଫାଟକ ପଡିବା କାରଣରୁ ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ |ବହୁ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥଲା |ବହୁ ବର୍ଷ ଧରି ଉକ୍ତ ଓଭର ବ୍ରିଜ କାର୍ଯ୍ୟ ହୋଇ ପାରୁ ନଥିଲା |ବିଜେପି ସରକାର ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ଉକ୍ତ ଓଭର ବ୍ରିଜ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଆଜି ସମ୍ପୂର୍ଣ ହୋଇଛି |48 କୋଟି ବ୍ୟୟରେ ଉକ୍ତ କାର୍ଯ୍ୟକୁ ଆସନ୍ତା ଜାନୁଆରୀ 25 ତାରିଖ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବେ |ଆଜି ଗୁରୁବାର ସାଉଥ ବଲଣ୍ଡା ବିଏମଏସ କାର୍ଯ୍ୟାଳୟ ରେ ବିଜେପି ତାଳଚେର ନିର୍ବାଚନ ମଣ୍ଡଳୀ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ବହୁ ପ୍ରତିକ୍ଷୀତ ଓଭର ବ୍ରିଜ କାର୍ଯ୍ୟ କୁ କରାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଦିଆଯାଇଥିଲା |ଆସନ୍ତା 25 ତାରିଖ ଉଦଘାଟନ କାର୍ଯ୍ୟକ୍ରମ ରେ ସମସ୍ତ ବୁଥ ରୁ କାର୍ଯ୍ୟକର୍ତା ତଥା ଜନସାଧାରଣ ହଜାର ହଜାର ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ ଦିଆଯାଇଥିଲା |ରତ୍ନାକର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ରାଜେନ୍ଦ୍ର ସିଂହ, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, ନଗରପାଳ ପବିତ୍ର ଭୁତିଆ, ସରପଞ୍ଚ ସହଦେଵ ସାହୁ ଓ ଗୀତିଶ ପ୍ରଧାନ, ସମସ୍ତ ମଣ୍ଡଳ ସଭାପତି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
