ସାଲମପୁର ପ୍ରାଥମିକ ବିଦ୍ୟାଳୟ ରେ ୧୧୩ ତମ ବାର୍ଷିକ ଉତ୍ସବ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ବାର୍ଷିକ ଉତ୍ସବ ହେଉଛି ଅନୁଷ୍ଠାନ ର ଛାତ୍ରଛାତ୍ରୀ ତଥା ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଭେଟଘାଟ ର ପର୍ବ। ଆଜି ସୋର ବ୍ଲକ ସାଲମପୁର ପ୍ରାଥମିକ ବିଦ୍ୟାଳୟ ରେ ୧୧୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ସୋମାମଣି ମାହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସି ଆର ସି ସି ଡଃ ରଶ୍ମିତା ପଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ରମାକାନ୍ତ ମହାପାତ୍ର ଯୋଗ ଦେଇ ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କଥା ମାନି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶରତ ଚନ୍ଦ୍ର ମାହାନ୍ତି ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଆଲୋକପାତ କରିଥିଲେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏମ୍ ଏମ୍ ସି କମିଟିର ସଭାପତି ଯୋଗେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ବାର୍ଷିକ ବିବରଣୀ ସଭାପତି ତଥା ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ସୋମାମଣି ମାହାନ୍ତି ପାଠ କରିଥିବା ବେଳେ ଅତିଥି ପରିଚୟ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ହରିପ୍ରିୟା ମିଶ୍ର ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ମନୋଜ କୁମାର ଯେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବର୍ଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ମାନପତ୍ର ଦେଇ ଉତ୍ସାହିତ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
