*ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରରେ ୨୧ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ l*
ନୁଆପଡ଼ା(ମିଖାଏଲ ନନ୍ଦ)
ତା ୧୯.୦୧
କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ନୁଆପଡ଼ା ପକ୍ଷରୁ ୧୯.୦୧.୨୦୨୬ ତାରିଖରେ ୨୧ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ (ସାଇଣ୍ଟିଫିକ୍ ଆଡଭାଇଜରୀ କମିଟି) ବୈଠକ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଆଭାସୀ ବୈଠକରେ ଓୟୁଏଟି, ଭୁବନେଶ୍ୱରର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶଳାୟର ଅଧକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର ସଭାପତି ଭାବେ ଯୋଗଦେଇଥିଲେ।
ଏହି ବୈଠକରେ ପ୍ରଫେସର ସୁମନ୍ତ କୁମାର ମିଶ୍ର, ପଶୁ ପୋଷଣ ବିଭାଗ, ପଶୁ ସ୍ବାସ୍ଥ୍ୟ ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ବର, ପ୍ରଫେସର ଉମା ଶଙ୍କର ନାୟକ, ସଂଯୁକ୍ତ ନିର୍ଦ୍ଦେଶକ (ଗବେଷଣା) ଏବଂ ଡ଼ା. ସନତ କୁମାର ଦ୍ୱିବେଦୀ, ସଂଯୁକ୍ତ ନିର୍ଦ୍ଦେଶକ, ସମ୍ପ୍ରସାରଣ ଶିକ୍ଷା ନିର୍ଦେଶଳାୟ, ଓୟୁଏଟି, ଭୁବନେଶ୍ବର ଉପସ୍ଥିତ ଥିଲେ। ଏହାସହିତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ କୃଷି ଓ ଆନୁଷଙ୍ଗିକ ବିଭାଗର ମୁଖ୍ୟ ଓ ପ୍ରତିନିଧିମାନେ, ସ୍ୱେଚ୍ଛାସେବୀ ସଂଗଠନ ଓ ଏଫ୍ପିଓ ର ପ୍ରତିନିଧି ଏବଂ ନୁଆପଡ଼ା ଜିଲ୍ଲାର ପ୍ରଗତିଶୀଳ କୃଷକ ମାନେ ବୈଠକରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।ଭାରତୀୟ କୃଷି ଅନୁସନ୍ଧାନ ସସ୍ଥାନ-ଅଟାରୀ, କୋଲକାତାର ପ୍ରମୁଖ ବୈଜ୍ଞାନିକ ଡ଼ା. ସାମଲ କୁମାର ମଣ୍ଡଳ ଏବଂ ସହ ଗବେଷଣା ନିର୍ଦ୍ଦେଶକ ଡ଼ା. ଭବାନୀ ଶଙ୍କର ନାୟକ, ଆଞ୍ଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର, ଭବାନୀପାଟନା ମଧ୍ୟ ଅନଲାଇନ୍ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।କୃଷି ବିଜ୍ଞାନ କେନ୍ଦ୍ର, ନୁଆପଡ଼ାର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଶ୍ରୀ ଲବ ସୋରେନ, ରବି ୨୦୨୪–୨୫, ଖରିଫ ୨୦୨୫–୨୬ ବର୍ଷର କାର୍ଯ୍ୟଖସଡ଼ା ଉପସ୍ଥାପନ କରିଥିଲେ। ଏହାସହ ୨୦୨୬–୨୭ ବର୍ଷ ପାଇଁ ପ୍ରସ୍ତାବିତ କାର୍ଯ୍ୟଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର କୃଷକ ସମାଜର ଉନ୍ନତି ପାଇଁ ବିଭିନ୍ନ କୃଷି ବୈଷୟିକ ଜ୍ଞାନ ଓ କୌଶଳ ଦ୍ବାରା କିପରି ଉଦ୍ୟୋଗ ଭିତ୍ତିକ ଚାଷ କରାଯାଇ ପାରିବ ସେବିଷୟରେ ଗୁରୁତ୍ବାରୋପ କରିଥିଲେ।
ବୈଠକରୁ କୃଷି ପ୍ରଯୁକ୍ତି ଓ କୃଷି କାର୍ଯ୍ୟସାଧନା ସମ୍ପର୍କିତ ବହୁ ମୂଲ୍ୟବାନ ପରାମର୍ଶ ଗ୍ରହଣ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର, ନୁଆପଡ଼ାର ସମସ୍ତ କର୍ମଚାରୀ ବୈଠକକୁ ସୁଚାରୁ ଭାବେ ସଫଳ କରିବାରେ ସହଯୋଗ କରିଥିଲେ।
ଶେଷରେ ସଭାପତିଙ୍କର ସମାପନୀ ଉକ୍ତି ପରେ ଡ଼ା. ଗୋବିନ୍ଦ ଚନ୍ଦ୍ର ସାହୁ, ମୃତ୍ତିକା ବୈଜ୍ଞାନିକ, ଧନ୍ୟବାଦ ଜ୍ଞାପନ ସହ ବୈଠକର ସମାପ୍ତି ଘୋଷଣା କରାଯାଇଥିଲା।
