ଗୁଆଳିପୁର ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟନ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ସମିତିର ସଭାପତି ସୁଧାଂଶୁ ବିଶ୍ଵାଳ ଫିତା କାଟି,ନଡ଼ିଆ ବାଡ଼େଇ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏଥିରେ ରଘୁନାଥପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅଜୟ କୁମାର ପରିଡା, ବରିଷ୍ଠ ନାଗରିକ ତଥା ଉଦୀୟମାନ ଚାଷୀ ଜ୍ଞାନରଞ୍ଜନ ପଟ୍ଟନାୟକ, ଗୁଆଳିପୁର ସରପଞ୍ଚ ମନୋଜିନି ସାହୁ, ସମିତି ସଭ୍ୟ କମଳାକାନ୍ତ ପରିଡା, ଅଢେଇକୁଳ ସରପଞ୍ଚ ରୀନା ସ୍ବାଇଁ ଓ ସମିତି ସଭ୍ୟା ମିତାଞ୍ଜଳି ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ରିନାରାଣୀ ମଲ୍ଲିକ, ସାମାଜିକ କର୍ମୀ ସର୍ବେଶ୍ଵର ପଟ୍ଟନାୟକ, ପ୍ରଭାତ କୁମାର ପଣ୍ଡା, ନୋଡାଲ ଅଫିସର ଲକ୍ଷ୍ମଣ ସୋରେନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ଗୁଆଳିପୁର,ଅଢେଇକୁଳ ଓ ପୂରଣଓଡ଼ପଡ଼ା ପଞ୍ଚାୟତର ୮୧୧ ଚାଷୀ ଧାନ ବିକ୍ରୟ ପାଇଁ ଅନଲାଇନରେ ନାମ ପଞ୍ଜିକରଣ କରିଥିବା ଡିଇଓ ସଞ୍ଜୟ କୁମାର ସାହୁ ପ୍ରକାଶ କରିଥିଲେ। ଏହି ଶୁଭ ଉଦଘାଟନ ସମୟରେ ବହୁ ଚାଷୀ ଯୋଗଦେଇ ଧାନ ମଣ୍ଡିରେ ଚାଷିମାନଙ୍କ ଧାନ ଯିବାରେ ସୁବ୍ୟବସ୍ଥା କରିବାକୁ ଚାଷୀ ମାନଙ୍କ ପକ୍ଷରୁ ଯୁବନେତା ବିଶ୍ୱଜିତ ସ୍ଵାଇଁ, ପ୍ରଶାନ୍ତ ବସ୍ତିଆ, ଲିଙ୍ଗରାଜ ଖଟୁଆ ଓ ସିଦ୍ଧାର୍ଥ ଶଙ୍କର ରାଉତରାୟ ପ୍ରମୁଖ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଆଳିପୁର ସମବାୟ ସମିତି ର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ।
