*ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ୧୯୭୫ ବେଚ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୮.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବେଚ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଖଡିଆଳ ବ୍ଲକ୍ ତିଖାଳି ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବଙ୍ଗଳା ଠାରେ ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଅଛି। ନିଜ ଛାତ୍ର ଜୀବନ ରେ ଘଟି ଯାଇଥିବା ଅଭୁଲା ଅମୃତ ସ୍ମୃତି, ଏବଂ ସେହି ସୁବର୍ଣ୍ଣ ସମୟ ଆଉ ଫେରି ପାଇବେ ନାହିଁ। ତେଣୁ ତାର ସ୍ମୃତି ଓ ଅନୁଭୂତି କୁ ନେଇ ପୁନଃ ଜୀବିତ କରିଛନ୍ତି। ପ୍ରତି ବର୍ଷ ଏହି ବନ୍ଧୁ ମିଳନ ହେବା ପାଇଁ ଏକ କମିଟି ମନୋନୀତ କରିଥିଲେ। ଅନୁଷ୍ଠିତ ବନ୍ଧୁ ମିଳନ ରେ ନିମାଇଁ ଚରଣ ତାଣ୍ଡି ଙ୍କୁ ସଭାପତି, ପ୍ରଦୀପ କୁମାର ଖମାରୀ ଙ୍କୁ ସମ୍ପାଦକ ରୂପେ ଚୟନ କରିଥିବା ବେଳେ ସନ୍ତୋଷ କୁମାର ଦଣ୍ଡସେନା, ବ୍ରଜ ପାଢୀ, ଅଚ୍ୟୁତ ବହିଦାର, ଷୋମେଶ ପଟ୍ଟନାୟକ, ଜନାର୍ଦ୍ଦନ ପାତ୍ର, ଉଦୟନାଥ ସାହୁ ପ୍ରମୁଖ ସମେତ ୩୦ ଜଣ ବନ୍ଧୁ ଯୋଗ ଦେଇଥିଲେ।
