*୫ ଅନାଥ ପିଲାଙ୍କୁ ଗୃହ ପ୍ରବେଶ କରାଇଲେ ଶୁକୃଳି ବିଡ଼ିଓ*
ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ବାରିଆ ପଞ୍ଚାୟତର କୁଦାସାହି ଗ୍ରାମରେ ମାନବିକତାର ଏକ ଉଦାହରଣ ସୃଷ୍ଟି ହୋଇଛି। ସୋମବାରୀ ଗାଗରାଇ ନାମକ ଜଣେ ମହିଳା ତାଙ୍କ ୫ ସନ୍ତାନଙ୍କୁ ନେଇ ପଲିଥିନ ତଳେ ଦୁର୍ହର୍ଷ ଜୀବନ ଅତିବାହିତ କରୁଥିବା ବେଳେ, ଘର ନିର୍ମାଣ ପୂର୍ବରୁ ଦେହାନ୍ତ ଘଟିଥିଲା।
ମା’ଙ୍କ ଅକାଳ ବିୟୋଗ ପରେ ୫ ଜଣ ନିରିହ ପିଲା ଅନାଥ ଅବସ୍ଥାରେ ରହିଥିବା ସୂଚନା ପାଇ ବ୍ଲକ ପ୍ରଶାସନ ତରଫରୁ ତତ୍କ୍ଷଣାତ୍ ପଦକ୍ଷେପ ନିଆଯାଇଥିଲା। ଶୁକୃଳି ବ୍ଲକର ବିଡ଼ିଓ ବ୍ରହ୍ମାନନ୍ଦ ବେହେରାଙ୍କ ନେତୃତ୍ୱରେ ଘର ନିର୍ମାଣ କାର୍ଯ୍ୟ ସଫଳ ଭାବେ ସମ୍ପନ୍ନ ହୋଇଥିଲା।
ସୋମବାର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ୫ ଅନାଥ ପିଲାଙ୍କୁ ନୂତନ ଘରରେ ପ୍ରବେଶ କରାଯିବା ସହ ୩୫ କେଜି ଚାଉଳ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବ୍ରହ୍ମାନନ୍ଦ ବେହେରା, ଯୋଗାଣ ଅଧିକାରୀ ଜୟପାଲ୍ ମୁର୍ମୁ, ବ୍ଲକ ପ୍ରକଳ୍ପ ସଂଯୋଜକ ମନେସ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ପଙ୍କଜିନି ସିଂ ଓ ସ୍ଥାନୀୟ ସରପଞ୍ଚ ଅଜିତ ଚାତାର ଉପସ୍ଥିତ ଥିଲେ।
ଗୃହ ପ୍ରବେଶ ପରେ ବିଡ଼ିଓ ମହୋଦୟ ପିଲାମାନଙ୍କୁ ଚକ୍ଲେଟ ବାଣ୍ଟି ଖୁସି କରାଇଥିଲେ। ଏହା ପରେ ପିଲାମାନେ ଖୁସି ଅନୁଭବ କରିଥିବା ସହ ଗ୍ରାମବାସୀ, ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ବ୍ଲକ ପ୍ରଶାସନ ଏବଂ ବିଡ଼ିଓ ମହୋଦୟଙ୍କୁ ଧନ୍ୟବାଦ ଜଣାଇଥିଲେ।
