*ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ” ବନ୍ଦେ ମାତରଂ ” କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
, ୧୮/୧
ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଏନଏସି ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ନୂଆପଡା ବିଧାୟକ ,ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ,ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଲା ସାମ୍ବାଦିକ ସଙ୍ଘ (ଜାନ)ସଭାପତି ଘନଶ୍ୟାମ ଭୋଇ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଢୋଲକିଆ କହିଲେ ଯେ ଭାରତୀୟ ସଂସ୍କୃତି ଓ ପରମ୍ପରା ମହାନ | ଜାତୀୟ ସଙ୍ଗୀତ ବନ୍ଦେ ମାତରଂ କେବଳ ଏକ ସଙ୍ଗୀତ ନୁହେଁ ,ଏହା ଏକ ପ୍ରତୀକାତ୍ମକ ରାଷ୍ଟ୍ରବାଦର ଚିହ୍ନ | ଏହି ଅବସରରେ ନୂଆପଡା ଏନଏସି ଅଞ୍ଚଳର ୧୭ଗୋଟି ସରକାରୀ ,ବେସରକାରୀ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ | ଏମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା | କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ପ୍ରତିଯୋଗିତା ଗୁଡିକୁ ସିଇଓ ସୁରଭି ପାଣିଗ୍ରାହୀ, ଯାଜ୍ଞସେନୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ | ବିଦ୍ୟାଳୟର ଛାତ୍ର ଛାତ୍ରୀ, ଏନଏସିର କାର୍ଯ୍ୟକର୍ତ୍ତା, ଅତିଥିଗଣ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ | ଏହାକୁ ଶିକ୍ଷକ ରାମେଶ୍ୱର ଦାଶ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସଂକର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ l ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଧନ୍ୟବାଦ ଜ୍ଞାପନ କରିଥିଲେ |
