ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ।
———+++–+——–+
ବ୍ରହ୍ମପୁର(୧୬.୦୧.୨୦୨୬) ଓଡ଼ିଶା ରାଜ୍ୟ ପୁରୁଷ/ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମହାସଂଘ,ଗଞ୍ଜାମ ଶାଖା ତରଫରୁ ଗଞ୍ଜାମ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଡ଼ ଭବାନୀ ଶଙ୍କର ମିଶ୍ର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ନିମନ୍ତେ ବ୍ରହ୍ମପୁର ଆଇ. ଇ. ସି ହଲ ଠାରେ ଗଞ୍ଜାମ ଜିଲ୍ଲା ମହସଂଘ୍ ସଭାପତି ଶ୍ରୀମତୀ କେ .ମାଧବୀ ଙ୍କ ସଭାପତିତ୍ବ ରେ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟଅଧିକାରୀ ଡା ଭବାନୀ ଶଙ୍କର ମିଶ୍ର,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା.ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ,ସମ୍ମାନିତ ଅତିଥି ଭାବେ ଜାତୀୟ ସ୍ବାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯକ୍ରମ ପରିଚାଳକ ଶ୍ରୀ ବୁଲୁ ନାଥ ସାହୁ ଓ ମହାସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ର ନାଥ ପ୍ରଧାନ ଯୋଗଦାନ କରିଥିଲେ ।ଏହି କାର୍ଯକ୍ରମରେ ମହାସଂଘର ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଦିଲେଶ୍ୱର୍ ଚୌଧୁରୀ ସ୍ବାଗତ ଭାଷଣ ଦେବା ସହ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ମହାରଣା ସଂପାଦକୀୟ ବିବରଣୀ ପଠନ କରିଥିଲେ ।ଗଞ୍ଜାମ ଜିଲ୍ଲା ପୁରୁଷ ସ୍ବାସ୍ଥ୍ୟ କର୍ମୀ ସଂଘ ର ସଭାପତି ଶ୍ରୀ ବାବୁଲା ନାହାକ ଓ ସମ୍ପାଦକ ଶ୍ରୀ ଦିଗନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ସହଯୋଗ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଶତାଧିକ ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ଯୋଗଦାନ କରିଥିଲେ ।
